ହଠାତ ଗୁଗଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରୁ ହଟିଲା ଫ୍ରି ଫାୟାର ଗେମ୍ ଆପ୍

ନୂଆଦିଲ୍ଲୀ: ହଠାତ ଗୁଗଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରୁ ହଟିଲା ଫ୍ରି ଫାୟାର ଗେମ୍ ଆପ୍। ପବଜୀ ପରେ ଯୁବପିଢ଼ିଙ୍କୁ ଆକର୍ଷିତ କରିଥିବା ଫ୍ରି ଫାୟାର ଗେମ୍ ଆପ୍ ଗତକାଲିଠାରୁ ହଠାତ୍ ଗୁଗଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରୁ ହଟିଯାଇଥିବା ଦେଖାଯାଇଛି। ଏବେ ଲୋକେ ଏହି ଦୁଇଟି ଆପ୍ ଷ୍ଟୋରରେ ଫ୍ରି ଫାୟାର ଗେମ୍ ଆପ୍ ଡାଉନଲୋଡ କରିପାରୁନାହାନ୍ତି। ଏହାକୁ ତିଆରି କରିଥିବା କମ୍ପାନି ଗରେନା ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।

indiatoday

ଫେବ୍ରୁଆରି ୧୨ରୁ ଏହି ଆପ୍ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉନଥିବା ଦେଖାଯାଇଛି ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ଆପ୍ ହଟିବା ପରେ ଗରେନା କୌଣସି ନିର୍ଦ୍ଦିଷ୍ଟ କାରଣ ପ୍ରକାଶ କରିନାହିଁ। ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରେ କେବଳ ଫ୍ରି ଫାୟାର ମ୍ୟାକ୍ସ ଡାଉନଲୋଡ୍ ପାଇଁ ଉପଲବ୍ଧ ଥିବା ବେଳେ ଆପଲ ଆପ୍ ଷ୍ଟୋରରେ ଉଭୟ ଫ୍ରି ଫାୟାର ଗେମ୍ ଆପ୍ ଏବଂ ଫ୍ରି ଫାୟାର ମ୍ୟାକ୍ସ ଡାଉନଲୋଡ୍ ପାଇଁ ଉପଲବ୍ଧ ନଥିବା ଦେଖାଯାଇଛି। ଏହି ଘଟଣା ପରେ କମ୍ପାନି ଖୁବ ଶୀଘ୍ର ଏହା ପଛର କାରଣ ଜଣାଇପାରେ ବୋଲି ଆଶା କରାଯାଉଛି।

‌ତେବେ ପୂର୍ବରୁ ଡାଉନଲୋଡ କରି ବ୍ୟବହାର କରୁଥିବା ଲେ‌ାକେ ଏବେ ଏହି ଆପକୁ ସହଜରେ ଚଲାଇ ପାରିବେ। ଡାଉନଲୋଡ ହୋଇସାରିଥିବା ଆପକୁ ଚଲାଇବାରେ କୌଣସି ସମସ୍ୟା ହେଉନଥିବା ଜଣାପଡ଼ିଛି। ହେଲେ ଯଦି କେହି ନୂଆ କରି ଡାଉନଲୋଡ କରିବାକୁ ଚାହିଁବ, ତାକୁ ଏହି ସୁବିଧ‌ା ମିଳିବ ନାହିଁ।

ସମ୍ବନ୍ଧିତ ଖବର