ମହାକାଶରେ ଖଣ୍ଡବିଖଣ୍ଡିତ ହୋଇ ଭାରତ ମହାସାଗରରେ ଗଳିପଡିଲା ଏହି ରକେଟ

ନୂଆଦିଲ୍ଲୀ: ଋଷିଆର ରକେଟ୍ ଫ୍ରେଗେଟ୍-ଏସବି ମହାକାଶରେ ଖଣ୍ଡ ଖଣ୍ଡ ହୋଇଯାଇଛି | ଏହାର କିଛି ଖଣ୍ଡ ଭାରତ ମହାସାଗରରେ ମଧ୍ୟ ପଡିଛି, ଯାହାକୁ ଆମେରିକା ସେନା ଖୋଜୁଛି। ଋଷର ଖବରକାଗଜ ମସ୍କୋ ଟାଇମ୍ସ ଏହାକୁ ନିଶ୍ଚିତ କରିଥିବାବେଳେ ପାଖାପାଖି ୬୫ ଖଣ୍ଡରେ ଏହା ଭାଙ୍ଗି ହୋଇ ମହାସାଗରରେ ଖସିପଡିଥିବାର ସୂଚନା ମିଳିଛି | ୨୦୧୧ ମସିହାରେ ଋଷିଆର ସ୍ପେସ୍ ଏଜେନ୍ସି ରସକୋସ୍ମୋସ୍ ସ୍ପେକ୍ଟର୍-ଆର ଉପଗ୍ରହକୁ ଫ୍ରେଗେଟ୍-ଏସବି ରକେଟ ଦ୍ୱାରା ଉତକ୍ଷେପଣ କରିଥିଲା। ସେବେଠାରୁ ଏହି ରକେଟ୍ ମହାକାଶରେ ଘୁରିବୁଲୁଥିଲା |

photo-wikiwand

୨୦୧୯ ମସିହାରେ ଏହି ରକେଟ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ଏହା ପରେ ରକେଟଟିକୁ ଖୋଜାଖୋଜି କରାଯାଉଥିଲା। ମସ୍କୋ ଟାଇମ୍ସ ଅନୁଯାୟୀ ଏହା ପ୍ରାୟ ୬୫ ଖଣ୍ଡରେ ଭାଙ୍ଗି ହୋଇଯାଇ ଭାରତ ମହାସାଗରରେ ଖସିପଡିଛି | ସ୍ପେକ୍ଟର-ଆର ଉପଗ୍ରହ ଏକ ରେଡିଓ ଟେଲିସ୍କୋପ ଥିଲା ଯାହାକୁ ମେ ୨୦୧୯ ରେ ମୃତ ଘୋଷଣା କରାଯାଇଥିଲା |

ରସକୋସ୍ମୋସ୍ ମେ ୮ ରେ ରକେଟର ବିଲୀନକୁ ନିଶ୍ଚିତ କରିଥିଲେ | ତେବେ ମସ୍କୋ ଟାଇମ୍ସ କହିଛି ଯେ ଏହି ରକେଟରେ ବିସ୍ଫୋରଣ କିମ୍ବା ଧକ୍କା ହେବାର କୌଣସି ସୂଚନା ନାହିଁ। ଋଷିଆର ସ୍ପେସ୍ ଏଜେନ୍ସି ବର୍ତ୍ତମାନ ପୃଥିବୀରେ ଏହି ରକେଟର କିଛି ଅଂଶ କେଉଁଠାରେ ପଡିଛି ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରୁଛି।

ସମ୍ବନ୍ଧିତ ଖବର