କୃଷି ଆଇନ ପ୍ରତ୍ୟାହାର ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ପ୍ରଣୟନ କରାଯାଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସୋମବାରଦିନ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ସଂସଦରେ ବିଲ ଆଗତ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲକୁ ଅନୁମୋଦନ ଦେବା ପରେ କୃଷି ଆଇନ ପ୍ରତ୍ୟାହାର ବିଲଟି ଆଇନରେ ପରିଣତ ହୋଇଛି । ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୃଷି ଆଇନ ଆନୁଷ୍ଠାନିକଭାବେ ପ୍ରତ୍ୟାହୃତ ହୋଇଛି । ଏହା ସତ୍ତ୍ବେ କୃଷକମାନେ ଏମସପି ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ କୃଷି ଆଇନ ପ୍ରତ୍ୟାହାର ବିଷୟରେ ଘୋଷଣା କରିଥିଲେ । ସୂଚନଯୋଗ୍ୟ ଯେ ଗତ ବର୍ଷ ସଂସଦରେ ୩ଟି କୃଷି ଆଇନ ଗୃହୀତ ହୋଇଥିଲା । କିନ୍ତୁ ଏହାର ବିରୋଧରେ ଗତ ବର୍ଷ ନଭେମ୍ବରଠାରୁ କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ଚଳିତ ବର୍ଷ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ।

ସମ୍ବନ୍ଧିତ ଖବର