ବିଜେପି ବିଧାୟକଙ୍କ ‘ହତ୍ୟା ଯୋଜନା’ କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିଲେ କଂଗ୍ରେସ ନେତା; ଭିଡିଓ ହେଲା ଭାଇରାଲ

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସର ନେତା ଗୋପାଳକୃଷ୍ଣ ହତ୍ୟା ଏବଂ ସମାପ୍ତ ବିଷୟରେ କହୁଥିବାର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛିଯ ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ କର୍ଣ୍ଣାଟକ ବିଧାନସଭାରେ ବେଙ୍ଗାଲୁରୁର ୟେଲାହାଙ୍କାକୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ବିଶ୍ୱନାଥଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତିୁତ କରୁଛନ୍ତି କଂଗ୍ରେସ ନେତା ଗୋପାଳକୃଷ୍ଣ।

ଏକ ତିନି ମିନିଟର ଭିଡିଓ କ୍ଲିପ୍‌ରେ କଂଗ୍ରେସ ନେତା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ବିଧାୟକଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି। ବିଧାୟକଙ୍କୁ ହତ୍ୟା କର। ୧ କୋଟି ଟଙ୍କା ମିଳିବ। ତା’ପରେ ଯାହା କିଛି। ଠିକ୍‌ ଅଛି। ହତ୍ୟା କରି ଶେଷ କରିଦେବା! ଏହା କେହି ଜାଣିବା କେହି ଜାଣିବା ଉଚିତ୍‌ ନୁହେଁ! ଏହା ଆମ ମଧ୍ୟରେ ଗୁପ୍ତ ରହିବା ଉଚିତ୍‌….

ତେବେ, ପୁଲିସ କହିଛି ଯେ ଭିଡିଓଟି ପ୍ରକୃତରେ କେତେ ତାରିଖର ତାହାର ଚାଲିଛି। ଏବଂ ସେମାନେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। କର୍ଣ୍ଣାଟକ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି, ରାଜ୍ୟ ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି… ବିଶ୍ୱନାଥ ମଧ୍ୟ ଏହି ପ୍ରସଙ୍ଗରେ ମୋ ସହ କଥା ହୋଇଛନ୍ତି। ମୁଁ ଗତକାଲି ରାତିରେ ଭିଡିଓ ବିଷୟରେ ଜାଣିବାକୁ ପାଇଲି। ଘଟଣା ସଂପର୍କରେ ଏଫଆଇଆର ଦାଖଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ଆରମ୍ଭ ହୋଇଛି। ଆମେ ତାଙ୍କୁ ସୁରକ୍ଷା ଦେବା ବିଷୟରେ ଚିନ୍ତା କରିବୁ ଗୁଇନ୍ଦା ବିଭାଗ ବିଶ୍ୱନାଥଙ୍କୁ ସୁରକ୍ଷା ଦେବା ଉପରେ ନିଷ୍ପତ୍ତି ନେଉଛି। ବର୍ତ୍ତମାନ ପୁଲିସ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରି ସାରିଛି ବୋଲି ମନ୍ତ୍ରୀ ଆରାଗ ଜ୍ଞାନେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର