ପ୍ରେମିକା ପାଇଁ ପୁଲିସ ହାତରେ ଧରା ପଡ଼ିଗଲା ସର୍ଜିଲ ଇମାମ୍

ନୂଆଦିଲ୍ଲୀ: ଦିଲ୍ଲୀର ସାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନରେ ‘ଭାରତ ବିରୋଧୀ’  ଭାଷଣ ଦେଇଥିବା ସର୍ଜିଲ ଇମାମକୁ ଗିରଫ କରାଯିବା ପରେ ଅନେକ ଗୁଡିଏ ତଥ୍ୟ ସାମ୍ନାକୁ ଆସିଛି | ସର୍ଜିଲକୁ ଧରାଇବାରେ ତାର ପ୍ରେମିକା ପୁଲିସକୁ ସାହାଯ୍ୟ କରିଥିଲା ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ସର୍ଜିଲର ପ୍ରେମିକା ଉପରେ ଚାପ ପକାଇ ପୁଲିସ ତାକୁ ଧରିବାରେ ସଫଳ ହୋଇଛି  ସର୍ଜିଲକୁ ଗିରଫ କରିବା ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ପ୍ରଥମେ ସର୍ଜିଲର ଭାଇକୁ ଅଟକ ରଖିଥିଲେ | ତାକୁ ପଚରାଉଚୁରା କରିବା ପରେ ସର୍ଜିଲର ପ୍ରେମିକା ବାବଦରେ ଜଣାପଡିଥିଲା | ଏହାପରେ ପୁଲିସ ସର୍ଜିଲର ପ୍ରେମିକାକୁ ଅଟକ ରଖିଥିଲା ଏବଂ ସର୍ଜିଲକୁ ଧରିବା ଲାଗି ଜାଲ ବିଛାଇଥିଲା । ତାର ପ୍ରେମିକାକୁ ମୋହରା ବନାଇଥିଲା ପୁଲିସ । ସର୍ଜିଲକୁ ଭେଟିବା ପାଇଁ ଡାକିବା ଲାଗି ପ୍ରେମିକାକୁ ପୁଲିସ ପକ୍ଷରୁ କୁହାଯାଇଥିଲା।

Photo-Dainik bhaskar

 

ପୁଲିସର କହିବା ମୁତାବକ ପ୍ରେମିକା ସର୍ଜିଲଙ୍କୁ ଭେଟିବା ପାଇଁ ଡାକିଥିଲେ | ଏହା ପରେ ସର୍ଜିଲ ଯେତେବେଳେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲା ପୁଲିସ ସେତେବେଳେ ଧରିଥିଲା | ଜେଏନୟୁ ଛାତ୍ର ସର୍ଜିଲ ଇମାମ ସାହିନବାଗରେ ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗୀୟ ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାହାର ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା । ସେ କହିଥିଲା ଯେ ତା’ ପାଖରେ ଯଦି ୩-୪ ଲକ୍ଷ ଲୋକ ରହନ୍ତି ତେବେ ସେ ଆସାମକୁ ଭାରତଠାରୁ ଅଲଗା କରିଦେବ । ତା’ବିରୋଧରେ ଦିଲ୍ଲୀ, ଆସାମ, ମଣିପୁର ଆଦି ରାଜ୍ୟରେ ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇଥିଲା ।

ଏହା ପରେ ଜାନୁୟାରୀ ୨୮ ତାରିଖରେ ବିହାରର ଜାହାନାବାଦରୁ ସର୍ଜିଲ୍ ଇମାମକୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ବିହାର ପୁଲିସର ମିଳିତ ଟିମ୍ ତାକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର