ରହସ୍ୟମୟ ଗୁମ୍ଫା ଭିତରେ ରହିଛି ଟନ୍ ଟନ୍ ସୁନା!

ପାଟଣା: ରହସ୍ୟମୟ ଗୁମ୍ଫା । ରହସ୍ୟମୟ ଗୁମ୍ଫାରେ ରହସ୍ୟମୟ ଦ୍ୱାର  ପାହାଡ଼ର ପାଦଦେଶରେ ରହିଛି ପଥରର ଚଟାଣ । ଆଉ ପଥର ଚଟାଣରେ ତିଆରି ହୋଇଛି ଗୁମ୍ଫା । ଗୁମ୍ଫା ଭିତରେ ରହିଛି ଟନ୍ ଟନ୍ ସୁନା । ସୁନାକୁ ସୁରକ୍ଷିତ ରଖିବା ପାଇଁ ଗୁମ୍ଫାର ଦ୍ୱାରକୁ ପଥର ଦେଇ ବନ୍ଦ କରିଦିଆଯାଇଛି । କଣ ରହିଛି ଗୁମ୍ଫାରେ, କେବଳ ସୁନା ରହିଛି ନା ଆଉ କିଛି ଅମୂଲ୍ୟ ସମ୍ପଦ ରହିଛି । ଏହାର ରହସ୍ୟ ଭେଦ କରିବାକୁ ଇଂରେଜମାନେ ଶତ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । ତୋପରେ ଗୁମ୍ଫାର ଦ୍ୱାରକୁ ଉଡ଼ାଇ ଦେବାକୁ ମଧ୍ୟ ପ୍ରୟାସ କରିଥିଲେ । କିନ୍ତୁ କିଛି ଲାଭ ହୋଇନଥିଲା, ଏହି ରହସ୍ୟମୟ ଗୁମ୍ଫାର ରହସ୍ୟ ଉନ୍ମୋଚନ ହୋଇପାରିନଥିଲା ।..

ଏହି ରହସ୍ୟମୟ ସ୍ୱର୍ଣ୍ଣ ଭଣ୍ଡାର ଗୁମ୍ଫା ରହିଛି ବିହାରର ରାଜଗିରି ଜିଲ୍ଲାରେ । ପ୍ରାଚୀନ କାଳରେ ମଗଧର ରାଜଧାନୀ ଥିଲା ରାଜଗିରି । ଏଠାରେ ସମ୍ରାଟ୍ ବିମ୍ବିସାରଙ୍କୁ ଧର୍ମୋପଦେଶ ଦେଇଥିଲେ ଭଗବାନ ବୁଦ୍ଧ । ପୁଅ ଅଜାତଶତ୍ରୁକୁ ନଜଣାଇ ବିମ୍ବିସାର ଏହି ଗୁମ୍ଫାରେ ହିଁ ଟନ୍ ଟନ୍ ସୁନା ଲୁଚାଇ ରଖିଥିଲେ । ଏହି ଗୁମ୍ଫା ନିକଟରେ ରହିଛି ଏକ ପୁରାତନ ଜେଲ୍ । ଏହି ଜେଲରେ ବିମ୍ବିସାରଙ୍କୁ ବନ୍ଦୀ କରି ରଖିଥିଲେ ଅଜାତଶତ୍ରୁ ।

ସୁନା ଗୁମ୍ଫାର ଦ୍ୱାର ଦେଶରେ ରହିଛି ଏକ ବିଶାଳ, ଶକ୍ତ ପଥର । ଏହି ପଥରରେ ବିମ୍ବିସାରଙ୍କ ସମୟରେ ପ୍ରଚଳିତ ଶଙ୍ଖ ଭାଷାରେ କିଛି ଲେଖାଯାଇଛି । କୁହାଯାଉଛି କି ଦ୍ୱାର ଖୋଲିବାର ରହସ୍ୟ ଏହି ଲେଖାରେ ରହିଛି । ତେବେ ଏହି ଶଙ୍ଖଭାଷା ଆଜି ଦିନରେ କେହି ପଢିପାରୁନଥିବାରୁ ଏଥିରେ କଣ ଲେଖାହୋଇଛି ତାହା କେହି ଜାଣିପାରୁ ନାହାନ୍ତି ।.. ସୁନା ଭଣ୍ଡାର ଗୁମ୍ଫାର ପ୍ରବେଶ ପଥରେ ଏକ ବଡ କୋଠରୀ ରହିଛି । କୁହାଯାଉଛି କି ଏହି କୋଠରୀରେ ସୁନାକୁ ରକ୍ଷା କରିବା ପାଇଁ ସଶସ୍ତ୍ର ସୈନିକ ରହିଥାନ୍ତି ।

ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି କି ଦ୍ୱାପର ଯୁଗରେ ଏହି ଗୁମ୍ଫା ଭିତରେ ରହିଥିଲା ମଗଧ ସମ୍ରାଟ୍ ଜରାସନ୍ଧଙ୍କ ସ୍ୱର୍ଣ୍ଣ ଭଣ୍ଡାର । ତେବେ ସତରେ କଣ ଏହି ଗୁମ୍ଫାରେ ରହିଛି ସରାସନ୍ଧଙ୍କ ସ୍ୱର୍ଣ୍ଣ ଭଣ୍ଡାର, ସତରେ କଣ ଏଇଠି ସମ୍ରାଟ୍ ବିମ୍ବିସାର ଲୁଚାଇ ରଖିଛନ୍ତି ଟନ୍ ଟନ୍ ସୁନା । ଯେତେବେଳେ ଏହି ଗୁମ୍ଫାର ଦ୍ୱାର ଖୋଲିବ ସେତେବେଳେ ଯାଇ ସବୁ ରହସ୍ୟ ଉନ୍ମୋଚନ ହେବ । ଆଉ ସେତେଦିନ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଥିବା ରାଜଗିରିର ଏହି ସ୍ୱର୍ଣ୍ଣ ଭଣ୍ଡାର ଗୁମ୍ଫା।

ସମ୍ବନ୍ଧିତ ଖବର