୨୦୧୯ ପୂର୍ବରୁ ଦେଶର ଛୋଟ ସହରମାନଙ୍କରେ ସିପ୍ଲେନ୍‌ ଚଳାଇବାକୁ ସରକାରଙ୍କର ଯୋଜନା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ୟାବସାୟିକ ସିପ୍ଲେନ୍‌ ଚଳାଚଳ ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି। ଏହାର ପରିବହନ ପ୍ରଣାଳୀ ନିମନ୍ତେ ନୀତି ନିୟମ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଞ୍ଚଳିକ ଯୋଗାଯୋଗ ନିମନ୍ତେ ସିପ୍ଲେନ୍‌ଗୁଡ଼ିକୁ ବ୍ୟବହାର କରାଯିବ। ଏଥି ନିମନ୍ତେ ସିଙ୍ଗଲ୍‌-ଇଞ୍ଜିନ୍‌ ପ୍ଲେନ୍‌ ଖୋଜା ଚାଲିଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସିପ୍ଲେନ୍‌ ପାଇଁ ନୀତି ନୟମ ପ୍ରଣୟନ କରୁଥିବାବେଳେ ଜାହଜ ଚଳାଚଳ ମନ୍ତ୍ରାଳୟ ଅସ୍ଥାୟୀ ବା ଭାସମାନ ଜେଟି ଭଳି ଭିତ୍ତିଭୂମି ପାଇଁ ନୀତି ନିୟମ ପ୍ରସ୍ତୁତି କରିବ।

ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିପ୍ଲେନ୍‌ ଚଢ଼ିବାର ଦୁଇ ସପ୍ତାହ ପରେ ଜାହଜ ମନ୍ତ୍ରୀ ନୀତିନ ଗଡ଼କରୀ, ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଗୁରୁବାର ଦିନ ଏକ ବୈଠକରେ ଏକାଠି ହୋଇ ନୀତି ପାଇଁ ଆବଶ୍ୟକ ବୋର୍ଡର ରୂପରେଖ ଉପରେ ଆଲୋଚନା କରିଥିଲେ। ବ୍ୟାବସାୟିକ ଚଳାଚଳ ପାଇଁ ବର୍ଷେ ସମୟ ଲାଗୁଥିବାରୁ ସେଥିପାଇଁ ଯଥା ଶୀଘ୍ର ନୀତି ନିୟମ ପ୍ରଣୟନ କରିବାକୁ ସରକାର ଚାହୁଁଛନ୍ତି।

Image Courtesy of First Post

ଏଥିପାଇଁ ଆଶାୟୀ ସିପ୍ଲେନ୍‌ ଅପରେଟର୍‌ମାନେ ସର୍ଭେ କରିବା ସହ ପାଇଲଟ୍‌ ଟ୍ରେନିଙ୍ଗ୍‌ ଭଳି ସମସ୍ୟା ପ୍ରତି ଦୃଷ୍ଟି ଦେଇଛନ୍ତି।

ସରକାରଙ୍କର ଆଞ୍ଚଳିକ ଯୋଗାଯୋଗ ଯୋଜନା ନିମନ୍ତେ ସିପ୍ଲେନ୍‌ ଉପଯୁକ୍ତ। ସିଙ୍ଗଲ୍‌-ଇଞ୍ଜିନ୍‌ ପ୍ଲେନ୍‌ ପାଇଁ ଅନୁମତି ଦିଆ ଯିବ କି, ନାହିଁ, ସିପ୍ଲେନ୍‌ଗୁଡ଼ିକୁ ଉଡ଼ାଇବା ନିମନ୍ତେ କେମିତି ପାଇଲଟ୍‌ମାନଙ୍କୁ ତାଲିମ ଦିଆଯିବ ସେ ବାବଦ ସବୁ ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦିଆଯିବ ବୋଲି ଜଣେ ଅଧିକାରୀ।

ସମ୍ପ୍ରତି ଏୟାର୍‌ ଆମ୍ବୁଲାନ୍‌ସ୍‌ ଆଦି ସେବା ପାଇଁ ସିଙ୍ଗଲ୍‌-ଇଞ୍ଜିନ୍‌ ପ୍ଲେନ୍‌ ବ୍ୟବହାର ପାଇଁ ଅନୁମତି ମିଳୁଛି। ସିଙ୍ଗଲ୍‌-ଇଞ୍ଜିନ୍‌ ସିପ୍ଲେନ୍‌ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ନାହିଁ। ଯେହେତୁ ଆମର ବ୍ୟାବସାୟିକ ସିପ୍ଲେନ୍‌ ସେବା ନାହିଁ ଏ ଭଳି ପ୍ଲେନ୍‌ ପାଇଁ ଆମକୁ ନୂଆ ନୀତି ନିୟମ ପ୍ରଣୟନ କରିବାକୁ ପଡ଼ିବ। ସିପ୍ଲେନ୍‌ ଜନପ୍ରିୟ ଥିବା ଅନ୍ୟ ଦେଶମାନେ ଅନୁସରଣ କରୁଥିବା କିଛି ନୀତି ନିୟମ ଆମେ ପାଇଛୁ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର