ଗୁଜରାଟ, ହିମାଚଳ ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ କେନ୍ଦ୍ର ସରକାର ଇଲେକ୍ଟୋରାଲ ବଣ୍ଡ୍‌ର ୨୩ତମ ଭାଗ ଇସ୍ୟୁ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ବଣ୍ଡ୍‌ଗୁଡ଼ିକ ନଭେମ୍ବର ୯ରୁ ୧୫ ଯାଏ ବିକ୍ରି କରାଯିବ। ଗୁଜରାଟ ନିର୍ବାଚନ ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ଏବଂ ହିମାଚଳପ୍ରଦେଶ ନିର୍ବାଚନ ନଭେମ୍ବର ୧୨ରେ ହେବ। ଇଲେକ୍ଟୋରାଲ ବଣ୍ଡ୍ ହେଉଛି ରାଜନୈତିକ ଦଳଗୁଡ଼ିକୁ ଦାନ କରିବା ଲାଗି ନଗଦ ଟଙ୍କାର ବିକଳ୍ପ।

ସମ୍ବନ୍ଧିତ ଖବର