କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର, ଇଏସଆଇରେ ଯୋଗଦାନ ୬.୫%ରୁ ୪%କୁ କମିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ)ରେ ଯୋଗଦାନକୁ ୬.୫ ପ୍ରତିଶତରୁ ହ୍ରାସ କରି ୪ ପ୍ରତିଶତ କରିଛନ୍ତି । ଅର୍ଥାତ ଇଏସଆଇ ପାଇଁ ଦରମାର ୬.୫ ପ୍ରତିଶତ ବଦଳରେ ମାତ୍ର ୪ ପ୍ରତିଶତ ପ୍ରଦାନ କରିବାକୁ ହେବ ।
ଏହା ମଧ୍ୟରୁ ନିଯୁକ୍ତିଦାତାଙ୍କ ଯୋଗଦାନ ୪.୭୫ ପ୍ରତିଶତରୁ ହ୍ରାସ କରି ୩.୨୫ ପ୍ରତିଶତ କରାଯାଇଛି । ସେହିପରି କର୍ମଚାରୀଙ୍କ ଯୋଗଦାନ ୧.୭୫ ପ୍ରତିଶତରୁ ହ୍ରାସ କରି ୦.୭୫ ପ୍ରତିଶତ କରାଯାଇଛି । ଏହା ଦ୍ୱାରା ଉଭୟ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତା ଉପକୃତ ହେବେ । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଇଏସଆଇର ସୁବିଧା ନେଉଥିବା ପ୍ରାୟ ୩.୬ କୋଟି କର୍ମଚାରୀ ଓ ୧୨.୮୫ ଲକ୍ଷ ନିଯୁକ୍ତିଦାତା ଉପକୃତ ହେବେ । ଏହି ନୂଆ ଦର ଜୁଲାଇ ୧ରୁ ଲାଗୁ ହେବ ।

ସମ୍ବନ୍ଧିତ ଖବର