ବିଶ୍ୱକପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ୫୭ ରନ୍‌ ଯୋଡ଼ିଲେ ପୁଣି ଇତିହାସ ରଚିବେ ବିରାଟ କୋହଲି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ଇତିହାସ ରଚିବାକୁ ଯାଉଛନ୍ତି। କୋହଲିଙ୍କୁ ଏଥି ପାଇଁ ଆହୁରି ୫୭ ରନ୍‌ ଯୋଡ଼ିବାକୁ ପଡ଼ିବ। ନଟିଂହାମ୍‌ରେ ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ କୋହଲିଙ୍କୁ ଲକ୍ଷ୍ୟ ହାସଲ ପାଇର୍ ଆହୁରି ୨ ଦିନ ଅପେକ୍ଷା କରିବାକୁ ପଡ଼ିବ। ଭାରତ ଜୁନ ୧୬ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ ଏବଂ ଏହି ମ୍ୟାଚରେ କୋହଲିଙ୍କୁ ରେକର୍ଡ କରିବାରେ ସୁଯୋଗ ମିଳିବ। ଏହି ରନ୍‌ ସ୍କୋର ହାସଲ କଲେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୧୧୦୦୦ ରନ୍‌ ପୂରଣ କରିବେ। ବିରାଟ କୋହଲି ବିଶ୍ୱକପ୍‌ ୨୦୧୯ର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଯାଏଁ ୨୨୧ଟି ଇନିଂସ ଖେଳିଛନ୍ତି ଏବଂ ୧୦,୯୪୩ ରନ୍‌ ସଂଗ୍ରହ କରିଛନ୍ତି।

ଏଭଳି କୃତିତ୍ୱ ଅର୍ଜନ କରିବାରେ ସେ ହେବେ ଭାରତର ତୃତୀୟ ବ୍ୟାଟସ୍‌ମ୍ୟାନ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୧୧୦୦୦ ରନ୍‌ ପୂରଣ କରିଛନ୍ତି। ସଚିନ ୨୭୬ ଇନିଂସ (୨୮୪ ମ୍ୟାଚ୍‌)ରେ ଏହି ସ୍କୋର ପୂରା କରିଥିଲେ। ତାଙ୍କ ତଳକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୨୮୬ ଇନିଂସ (୨୯୫ ମ୍ୟାଚ)ରେ ୧୧୦୦୦ ହଜାର ରନ୍‌ ପୂରଣ କରିଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୮୮ ଇନିଂସ (୨୯୮ ମ୍ୟାଚ୍‌ରେ) ଏହି ବିଶାଳ ସ୍କୋରର ଉତ୍ତରାଧିକାରୀ ହୋଇପାରିଥିଲେ।

ବିଶ୍ୱକପ୍‌ ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପୂର୍ବରୁ କୋହଲି ୫୯.୪୭ ହାରରେ ୧୦,୯୪୩ ରନ୍‌ କରିଛନ୍ତି। ଏଥିରେ ୪୧ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ସାମିଲ ଅଛି। ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ସର୍ବୋଚ୍ଚ ୧୮୩ ରନ୍‌ କରିଥିବା ବେଳେ ୩୭ ଥର ଅପରାଜିତ ଥିଲେ।

ସମ୍ବନ୍ଧିତ ଖବର