ପିଏନବି ଠକେଇ : ମାମୁଁ-ଭଣଜାଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

ମୁମ୍ବାଇ: ୧୧,୪୦୦ କୋଟି ଟଙ୍କାର ପିଏନବି ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମାମୁଁ ଭଣଜା ମେହୁଲ ଚୋକସି ଓ ନିରବ ମୋଦିଙ୍କ ପାସପୋର୍ଟକୁ ବାତିଲ କରିଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତ ୧୬ ତାରିଖରେ ଇଡିର ସୁପାରିଶ କ୍ରମେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୋକସି ଓ ନିରବଙ୍କ ପାସପୋର୍ଟକୁ ସାମୟିକଭାବେ ୪ ସପ୍ତାହ ପାଇଁ ରଦ୍ଦ କରିଦିଆଯାଇଥିଲା । ତେବେ ଏହା ସହିତ ତାଙ୍କ ପାସପୋର୍ଟକୁ କାହିଁକି ସବୁଦିନ ପାଇଁ ରଦ୍ଦ କରାନଯିବ ସେ ନେଇ ନୀରବ ଓ ଚୋକସୀଙ୍କୁ ନୋଟିସ ଜାରି କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ନୋଟିସର ଜବାବ ନଦେଲେ ତାଙ୍କର ପାସପୋର୍ଟକୁ ରଦ୍ଦ କରାଯିବ ବୋଲି ଏଥିରେ କୁହାଯାଇଥିଲା । ଏହି ନୋଟିସର କୌଣସି ଜବାବ ନ ଆସିବାରୁ ଆଜି ସେମାନଙ୍କ ପାସପୋର୍ଟକୁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ତଦନ୍ତକାରୀ ସଂସ୍ଥାମାନଙ୍କ ପରାମର୍ଶ କ୍ରମେ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପାସପୋର୍ଟ ରଦ୍ଦ ହେବା ସମ୍ପର୍କରେ ଗତ ଗୁରୁବାରଦିନ ଉଭୟଙ୍କୁ ମନ୍ତ୍ରାଳୟ ପକ୍ଷରୁ ଇମେଲ କରି ସୂଚୀତ କରାଯାଇଥିଲା ।

ସମ୍ବନ୍ଧିତ ଖବର