ରାଣୀଙ୍କ ଅନ୍ତ୍ୟେଷ୍ଟିରେ ଅଣନାତିନାତୁଣୀଙ୍କ କଥାବାର୍ତ୍ତା: ‘ବଡ଼ଜେଜେମାଆଙ୍କୁ ମୁଣ୍ଡିଆ ମାର’

ଲଣ୍ଡନ: ସୋମବାର ୱେଷ୍ଟମିନଷ୍ଟର ଆବେରେ ରାଣୀ ଏଲିଜାବେଥ୍-ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି ଅବସରରେ ରାଣୀଙ୍କ ଅଣନାତିନାତୁଣୀଙ୍କ ବ୍ୟବହାର ଅନ୍ୟମାନଙ୍କ ଦୃ‌ଷ୍ଟି ଆକର୍ଷଣ କରିଛି। ଅନ୍ତ୍ୟେଷ୍ଟି ବେଳେ ବଡ଼ଜେଜେମାଆଙ୍କୁ କିପରି ସମ୍ମାନ ଦେବାକୁ ହେବ ସେ ନେଇ ରାଜକୁମାରୀ ଚାରଲୋଟ ତାଙ୍କ ବଡ଼ଭାଇ ରାଜକୁମାର ଜର୍ଜଙ୍କୁ ଚେତାଇ ଦେଇଥିଲେ।

ଭାଇଭଉଣୀ ଅନ୍ତ୍ୟେଷ୍ଟିରେ ଭାଗ ନେବା ପାଇଁ ନିଜ ବାପାମାଆ ୱେଲ୍‌ସର ପ୍ରିନ୍ସ ୱିଲିୟମ ଓ କେଟ୍ ମିଡ୍‌ଲଟନଙ୍କ ସାଙ୍ଗରେ ଯାଇଥିଲେ। ତେବେ ତାଙ୍କର ସବା ଛୋଟଭାଇ ୪ ବର୍ଷୀୟ ପ୍ରିନ୍ସ ଲୁଇସ ଆସି ନ ଥିଲେ। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେତେବେଳେ ରାଣୀଙ୍କ ଶବାଧାର ଅତିକ୍ରମ କରୁଥିଲା ଚାରଲୋଟ ତାଙ୍କ ବଡ଼ଭାଇ ଜର୍ଜଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କ’ଣ କହୁଛନ୍ତି। ତେବେ ଏଇଆ ଜଣାପଡ଼ୁଥିଲା ଯେ ସେ ଭାଇକୁ କହୁଛନ୍ତି ‘ବଡ଼ଜେଜେମାଆଙ୍କୁ ମୁଣ୍ଡିଆ ମାର’। ଜର୍ଜ ସାନଭଉଣୀର ଉପଦେଶ ତତ୍କାଳ ପାଳନ କରିବା ଦେଖାଯାଇଥିଲା।

ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ପ୍ରିନ୍ସେସ୍ ଚାରଲୋଟ ତାଙ୍କ ବଡ଼ ଭାଇଙ୍କ ଭୁଲ୍ ସୁଧାରିବାରେ ସାହାଯ୍ୟ କରିଛନ୍ତି। ରାଣୀଙ୍କ ଜନ୍ମଦିନ ପାଳନ ଉତ୍ସବରେ ବକିଂହାମ ପ୍ରାସାଦ ବାଲ୍‌କୋନିରେ ଚାରଲୋଟ ଭାଇ ଜର୍ଜଙ୍କୁ ହଲେଇ ଦେଇ ନିଜ ଭଙ୍ଗି ସୁଧାରି ସିଧା ଠିଆ ହେବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର