ଗଣ ବିବାହର ଲାଭ ଉଠାଇବାକୁ ଭାଇକୁ ବାହାହେଲା ଭଉଣୀ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଗଣ ବିବାହ ଯୋଜନାର ଲାଭ ଉଠାଇବା ପାଇଁ ଜ‌ଣେ ମହିଳା ନିଜ ଭାଇଙ୍କୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି। ଗଣ ବିବାହର ସୁବିଧା ପାଇଁ ମହିଳା ଜଣକ ବିବାହ କରିବାକୁ ଯାଉଥିବା ବେଳେ ଉତ୍ସବରେ ତାଙ୍କୁ ବାହା ହେବାକୁ ଥିବା ବର ପହଞ୍ଚିନଥିଲେ। ଶେ‌ଷରେ ମହିଳା ଜଣକ ସୁବିଧା ପାଇଁ ନିଜ ଭାଇଙ୍କୁ ବିବାହ କରିଥିଲେ।

ଏହି ବିବାହ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ମାର୍ଚ ୫ ତାରିଖରେ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ମହିଳା ପ୍ରୀତି ଯାଦବ ତାଙ୍କ ଭାଇ କୃଷ୍ଣଙ୍କୁ ବିବାହ କରିଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ସେ ରମେଶ ଯାଦବଙ୍କୁ ବିବାହ କରିଥାନ୍ତେ। ହେଲେ ରମେଶ ନପହଞ୍ଚିବାରୁ ସେ ଶେଷରେ ତାଙ୍କ ଭାଇଙ୍କୁ ବିବାହ କରିଥିଲେ।

ଗଣ ବିବାହ ଅଧୀନରେ ଦମ୍ପତିଙ୍କୁ ୫୧ ହଜାର ଟଙ୍କା ଦିଆଯାଏ। ସେହି ଟଙ୍କା ନେବା ପାଇଁ ମହିଳା ଏପରି କରିଥିବା ଜଣାପଡ଼ିିଛି। ଏହି ଘଟଣା ପରେ ଭାଇଭଉଣୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହି ଘଟଣାରେ ଗ୍ରାମ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ଏବଂ ଘଟଣା ପୂର୍ବରୁ ସେମାନଙ୍କ ଦଲିଲ ଯାଞ୍ଚ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର