ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘରେ କୁନି ଅତିଥି: କନ୍ୟା ସନ୍ତାନର ପିତା ହେଲେ ମାନ୍

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘରକୁ କୁନି ଅତିଥି ଆସିଛନ୍ତି। ଏହାର ସୂଚନା ସେ ଗୁରୁବାର ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ଏକ୍ସରେ ପ୍ରଦାନ କରିଛନ୍ତି। ମାନ୍ କହିଛନ୍ତି ସେ ଏକ ଶିଶୁକନ୍ୟାର ପିତା ହୋଇଛନ୍ତି। ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ମାନ୍‌ଙ୍କ ସ୍ତ୍ରୀ ଡ. ଗୁରପ୍ରୀତ୍ କୌରଙ୍କୁ ବୁଧବାର ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରପ୍ରୀତ୍ ୭ ମାସର ଗର୍ଭବତୀ ଥିବା ଜାନୁୟାରୀ ୨୬ରେ ମାନ୍ ଏକ୍ସରେ ସୂଚନା ପ୍ରଦାନ କରିଥିଲେ। ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଗୁରପ୍ରୀତ୍ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ମାନ୍ କହିଛନ୍ତି।

ମୁଖ୍ୟମନ୍ତ୍ରୀ ହେବାର ୪ ମାସ ପରେ ଭଗୱନ୍ତ ମାନ୍ ୨୦୨୨ ଜୁଲାଇରେ ଗୁରପ୍ରୀତ୍‌ଙ୍କୁ ବିବାହ କରିଥିଲେ। ମାନ୍‌ଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ୨୨ ବର୍ଷ ବୟସ୍କା ଝିଅ ସିରତ୍ କୌର ମାନ୍ ଏବଂ ୧୯ ବର୍ଷ ବୟସ୍କ ପୁଅ ଦିଲସାନ ସିଂ ମାନ୍ ରହିଛନ୍ତି। ସେମାନେ ତାଙ୍କ ମା’ଙ୍କ ସହିତ କାନାଡ଼ାରେ ବାସ କରୁଛନ୍ତି। ମାନ୍ ଏବେ ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ପଞ୍ଜାବର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମାନ୍ ପଦବୀରେ ଥିବା ସମୟରେ ସନ୍ତାନର ପିତା ହୋଇଛନ୍ତି। ମାନ୍‌ଙ୍କୁ ଏବେ ୫୧ ବର୍ଷ ବୟସ।

 

 

ସମ୍ବନ୍ଧିତ ଖବର