ଲକଡାଉନ-୪.୦: ଏସବୁ କଟକଣା ଜାରି ରହିବ

ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରମୁଖ ଦାୟିତ୍ୱ

ନୂଆଦିଲ୍ଲୀ: ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି | ଆଉ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ | ମୋଟାମୋଟି ଲକଡାଉନ-୪.୦ରେ ରାଜ୍ୟ ସରକାରମାନଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଛି |

ଏସବୁ ବନ୍ଦ ରହିବ
ଗାଇଡଲାଇନରେ କୁହାଯାଇଛି ଯେ ମେଟ୍ରୋ ଟ୍ରେନ ସେବା ସହ ସମସ୍ତ ବିମାନ ଉଡାଣ ବନ୍ଦ ରହିବ | ସମସ୍ତ ଅନ୍ତରାଷ୍ଟ୍ରୀୟ ଓ ଦେଶ ଭିତରେ ବିମାନ ଉଡାଣ ବନ୍ଦ ରହିବ| ଶ୍ରମିକଙ୍କୁ ନେଇ ଚାଲୁଥିବା ଏକ୍ସପ୍ରେସ ଛଡା ଅନ୍ୟ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ବନ୍ଦ ରହିବ | ସେହିପରି ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଙ୍ଗ ପୁଲ, ବନ୍ଦ ରହିବ |

କୌଣସି ଧାର୍ମିକ, ସାମାଜିକ ଓ ରାଜନୈତିକ ବୈଠକ କରିବାକୁ ଅନୁମତି ଦିଆଯିବ ନାହିଁ | ସେହିପରି କଣ୍ଟେନମେଣ୍ଟ ଜୋନରେ କୌଣସି କଟକଣାକୁ କୋହଳ କରାଯିବ ନାହିଁ | ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ବଳବତ୍ତର ରହିଛି | ସେହିପରି ସ୍କୁଲ, କଲେଜ ବନ୍ଦ ରହିବ | ରେଷ୍ଟରାଣ୍ଟକୁ ହୋମ ଡେଲିଭରି ଅନୁମତି ଦିଆଯାଇଛି | ରାଜ୍ୟମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ହିଁ ବସ ସେବା ଚାଲିପାରିବ |

ସମ୍ବନ୍ଧିତ ଖବର