୨୦୦୨ ଅକ୍ଷରଧାମ ମନ୍ଦିର ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀ ମୈୟୁଦ୍ଦିନ ବଟ ଗିରଫ

ନୂଆଦିଲ୍ଲୀ : ଗୁଜୁରାଟର ଆତଙ୍କବାଦ ନିରୋଧୀ ବାହନୀ (ଏଟିଏସ) ପକ୍ଷରୁ ୨୦୦୨ ଅକ୍ଷରଧାମ ମନ୍ଦିର ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଲକ୍ସର-ଇ-ତୋଇବା ଆତଙ୍କବାଦୀ ୟସଲ ଗୁଲାମ ମୈୟୁଦ୍ଦିନ ବଟ୍‌କୁ ଗିରଫ କରିଛି । ତାକୁ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ଗିରଫ କରାଯାଇଛି । ବଟ୍‌ ହିଁ ଏହି ଆକ୍ରମଣ ପାଇଁ ପାକ ଅଧିକୃତ କାଶ୍ମୀରରୁ ବିସ୍ଫୋରକ ମଗାଇଥିଲା । ୨୦୧୮ ନଭେମ୍ବର ମାସରେ ଏହି ଘଟଣାରେ ଆଉ ଏକ ଅଭିଯୁକ୍ତ ମହମ୍ମଦ ଫାରୁକ ଶେଖକୁ ଏଟିଏସ ଗିରଫ କରିଥିଲା ।

୨୦୦୨ରେ ଗୁଜୁରାଟର ଗାନ୍ଧିନଗରରେ ଥିବା ଅକ୍ଷରଧାମ ମନ୍ଦିରରେ ସଶସ୍ତ୍ର ଆତଙ୍କବାଦୀ ପଶି ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୩୪ ଲୋକ ମୃତ୍ୟୁବରଣ କରିଥିଲେ ଓ ୮୪ ଜଣ ଆହତ ହୋଇଥିଲେ । ଏହାପରେ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି) କମାଣ୍ଡୋମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କୁ ମାରିଦେଇଥିଲେ । ୨୦୦୨ ଫେବ୍ରୁଆରୀରେ ହୋଇଥିବା ଗୁଜୁରାଟ ସାଂପ୍ରଦାୟିକ ହିଂସାକାଣ୍ଡର ପ୍ରାୟ ୭ ମାସ ପରେ ଏହି ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର