ଦେଖନ୍ତୁ ଭିଡିଓ: କାର୍‌ ବନେଟ୍‌ ଉପରେ ଲଟକି ଥିବା ଟ୍ରାଫିକ୍‌ ପୁଲିସକୁ ଘୋଷାରି ନେଉଛନ୍ତି ଗୁରୁଗ୍ରାମ ବ୍ୟକ୍ତି

ଗୁରୁଗ୍ରାମ: ରାସ୍ତାର ଭୁଲ୍‌ ପାର୍ଶ୍ୱରେ ଗାଡ଼ି ଚଳାଇ ଟ୍ରାଫିକ୍‌ ପୁଲିସ ଦ୍ୱାରା ଅଟକି ଥିବା ଜଣେ ବ୍ୟକ୍ତି ତାଙ୍କ କାର୍‌ ବନେଟ୍‌ ଉପରେ ଲଟକିଥିବା ଜଣେ ପୁଲିସ ଅଧିକାରୀଙ୍କୁ ନେଇ ଖସି ପଳାଇବାକୁ ଉଦ୍ୟମ କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି, ଚାଳକ ପଛୁଆ କାର୍‌ ଚଳାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇବାକୁ ଉଦ୍ୟମ କରୁଛନ୍ତି। ଚାଳକ କାର୍‌ ନ ଅଟକାଇବାରୁ ପୁଲିସ ଅଧିକାରୀଜଣକ ତାଙ୍କ କାର୍‌ର ବନେଟ୍‌ ଉପରକୁ କୁଦାମାରୁଛନ୍ତି। ସେ କାର୍‌ର ବନେଟ୍‌ରେ ଲଟକି ରହିଥିବା ଅବସ୍ଥାରେ ଚାଳକ କିଛି ଦୂର ଗାଡ଼ି ଚଳାଇ ନେଉଛନ୍ତି।

ଗୁରୁଗ୍ରାମର ସିଗ୍‌ନେଚର୍‌ ଟାଓ୍ଵାର୍‌ ଛକରେ ଘଟନାଟି ଘଟିଛି।

ଲୋକଟିକୁ ଗିରଫ କରାଯିବା ସହ କାର୍‌ଟିକୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର