ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପିଡିଏସ ଡିଲର ମୃତ, ରାସ୍ତା ଅବରୋଧ

ଅନୁଗୁଳ: ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅନ୍ତର୍ଗତ କୁଇଓ ଗ୍ରାମ ନିକଟରେ ଏକ ଅଜଣା ଧକ୍କାରେ ଜଷର ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ଆଜି ସକାଳୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ କୁଇଓ ଗ୍ରାମର ସନ୍ତୋଷ ନାୟକ(୪୫ ବର୍ଷ) ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ଏକ ଅଜଣାଗାଡ଼ି ଧକ୍କାଦେଇ ପଳାଇ ଯାଇଥିିଲା। ଏହି ଦୁର୍ଘଟଣାରେ ସନ୍ତୋଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସନ୍ତୋଷ ଜଣେ ପିଡିଏସ ଡିଲର। ତେଣୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ଗ୍ରାମବାସୀମାନେ ସେଠାରେ ରାସ୍ତା ଅବରୋଧ ଜାରି ରଖିଛନ୍ତି। ଫଳରେ ଅନୁଗୁଳ-କୁଇଓ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ଓ ପ୍ରଶାସନି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

ସମ୍ବନ୍ଧିତ ଖବର