ହରିୟାଣା ଏବଂ ମହାରାଷ୍ଟ୍ର ୫୧ଟି ବିଧାନସଭା, ୨ଟି ଲୋକସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ପାଇଁ ବିଧାନସଭା ନିର୍ବାଚନ ସମେତ ୧୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୧ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ମଧ୍ୟ ଆଜି ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଯେଉଁ ଦୁଇଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି ତାହା ହେ‌ଲା ମହାରାଷ୍ଟ୍ରର ସତାରା ଏବଂ ବିହାରର ସମସ୍ତିପୁର। ଉପନିର୍ବାଚନ ‌ଅନୁଷ୍ଠିତ ହେଉଥିବା ୫୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ହାତରେ ୩୦ଟି, କଂଗ୍ରେସ ହାତରେ ୧୨ଟି ଆସନ ରହିଥିବାବେଳେ ଅବଶିଷ୍ଟ ଆସନ ଗୁଡ଼ିକ ଆଞ୍ଚଳିକ ଦଳ ଗୁଡ଼ିକ ନିକଟରେ ରହିଛି। ଉତ୍ତର ପ୍ରଦେଶରେ ୧୧ଟି, ଗୁଜରାଟରେ ୬ଟି, ବିହାର ଏବଂ କେରଳରେ ୫ଟି ଲେଖାଏଁ, ଆସାମ ଏବଂ ପଞ୍ଜାବରେ ୪ଟି ଲେଖାଏଁ, ହିମାଚଳ ପ୍ରଦେଶ, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ୨ଟି ଲେଖାଏଁ, ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପୁଡୁଚେରି, ମେଘାଳୟ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର