ଚେନ୍ନାଇରେ ଅତି ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ରବିବାର ଦିନ ଅତି ପ୍ରବଳ ଏବଂ ଅବିରାମ ବର୍ଷା ଯୋଗୁଁ ଚେନ୍ନାଇ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି।
ମିଳିଥିବା ରିପୋର୍ଟ ଅନୁସାରେ ଚେନ୍ନାଇ ଅଭିମୁଖେ ଯାଇଥିବା ଅନ୍ୟୂନ ଦୁଇଟି ବିମାନକୁ ହାଇଦ୍ରାବାଦକୁ ପଠାଇ ଦିଆଯାଇଥିବାବେଳ ୧୦ଟି ବିମାନ ବିଳମ୍ବରେ ଯାତ୍ରା ଆରମ୍ଭ କରିବ। ଭୋର୍‌ ୫ଟା ଯାଏଁ ମଧ୍ୟ ବର୍ଷା ନ ଥମିଥିବା ପ୍ରକାଶ।

୧୯୯୬ ମସିହାରୁ ଦକ୍ଷିଣପଶ୍ଚିମ ମୌସୁମି ଆଣୁଥିବା ବର୍ଷା ମଧ୍ୟରେ ତାମିଲନାଡୁରେ ଏ ବର୍ଷ ରେକର୍ଡ ପରିମାଣର ବର୍ଷା ହୋଇଛି।
ରାଜ୍ୟର ୩୨ଟି ଜିଲ୍ଲାରେ ଏଥର ବର୍ଷା ଋତୁରେ ୩୦% ବହକା ବର୍ଷା ହୋଇଥିବାବେଳେ ଚେନ୍ନାଇରେ ୧୫% ଅଧିକ ବର୍ଷା ହୋଇଛି।
ଗତବର୍ଷ, ଏହି ସମୟରେ ରାଜ୍ୟରେ ୨୦% କମ୍‌ ବର୍ଷା ହୋଇଥିଲା। ୧୯୯୬ ମସିହାରେ ୭୪% ବର୍ଷା ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା।

ଅକ୍ଟୋବର ମାସର ପ୍ରଥମ ତିନି ଦିନ ଯାଏଁ ସାମନ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଲୋକେ ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧିତ ଖବର