ଆରୁଷି ହତ୍ୟାକାଣ୍ଡରେ ନୂଆ ମୋଡ: ହେମରାଜଙ୍କ ପତ୍ନୀ ସୁପ୍ରିମ୍କୋର୍ଟରେ ତଲଓ୍ଵାର ଦମ୍ପତ୍ତିଙ୍କ ନିର୍ଦ୍ଦୋଷ ଘୋଷଣାକୁ ଚାଲେଞ୍ଜ କଲେ
ନୂଆଦିଲ୍ଲୀ: ଆରୁଷି ହତ୍ୟା ମାମଲା ପୁଣି ଏକ ନୂଆ ମୋଡ଼ ନେଇଛି । ଆରୁଷିଙ୍କ ଘରେ କାମ କରୁଥିବା ହେମରାଜଙ୍କ ପତ୍ନୀ ଏହି ମାମଲାରେ ଆରୁଷିର ତାର ପିତା-ମାତା ରାଜେଶ ଓ ନୁପୁର ତଲଓ୍ଵାରଙ୍କ ଦୋଷମୁକ୍ତ ହେବା ରାୟକୁ ଚାଲେଞ୍ଜ କରିଛନ୍ତି। ଆହ୍ଲାବାଦ ଉଚ୍ଚନ୍ୟାୟାଳୟ ଅକ୍ଟୋବର ୧୨ ତାରିଖରେ ଆରୁଷିଙ୍କ ପିତା ଓ ମାତାଙ୍କୁ ଦୋଷମୁକ୍ତ ଘୋଷଣା କରି ଖଲାସ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୦୮ରେ ନୋଏଡାସ୍ଥିତ ଘରୁ ଆରୁଷି ତଲଓ୍ଵାରଙ୍କ ମୃତଦେହକୁ ପୁଲିସ ଜବତ କରିଥିଲା। ତେବେ ଆରୁଷିଙ୍କ ମୃତ୍ୟୁ ରହସ୍ୟମୟ ଭାବେ ହୋଇଥିଲା। ଆରୁଷିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ପ୍ରଥମେ ଅରୁଷିଙ୍କ ହତ୍ୟା ପଛରେ ଘରର ଚାକର ୪୫ବର୍ଷୀୟ ହେମରାଜ ହାତ ରହିଛି ବୋଲି ରାଜେଶ ଓ ନୁପୁର ତଲଓ୍ଵାର ଅଭିଯୋଗ କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା, ଆରୁଷି ମୃତ୍ୟୁର ଗୋଟିଏ ଦିନ ପରେ ହେମରାଜଙ୍କ ମୃତଦେହ ଘରର ଛାତ ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଆରୁଷିଙ୍କ ପିତା ଓ ମାତାଙ୍କୁ ଗିରଫ କରିଥିଲା। ଏହାପରେ ମାମଲା ଜାରି ରହିଥିଲା ଓ ଟ୍ରାଏଲ୍ କୋର୍ଟ ଆରୁଷି ଓ ହେମରାଜଙ୍କ ହତ୍ୟା ଅଭିଯୋଗରେ ତଲଓ୍ଵାର ଦମ୍ପତ୍ତିଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ପରେ ଆହ୍ଲାବାଦ୍ ହାଇକୋର୍ଟ ରାଜେଶ ଓ ନୁପୁରଙ୍କୁ ଖଲାସ କରିଥିଲେ। ଆଜି ହେମରାଜଙ୍କ ପତ୍ନୀ କୋର୍ଟରେ ହାଜର ହେବା ପରେ ଆରୁଷିଙ୍କ ହତ୍ୟାକାଣ୍ଡ ଏକ ନୂଆମୋଡ ନେଇଛି।