ହିମାଞ୍ଚଳ: ସୋଲନରେ ଭୁଷୁଡି ପଡ଼ିଲା ଗେଷ୍ଟହାଉସ୍‌, ସେନାର ୩୫ ଜଣ ଯବାନ ଚାପି ହୋଇ ରହିଥିବା ସନ୍ଦେହ

ନୂଆଦିଲ୍ଲୀ: ହିମାଞ୍ଚଳ ପ୍ରଦେଶର ସୋଲନର କୁମାରହଟ୍ଟି-ନାହନ ହାଇେଓ୍ଵ ପାର୍ଶ୍ୱରେ ନିର୍ମିତ ଏକ ଢ଼ାବା ଓ ଗେଷ୍ଟହାଉସ୍‌ର କୋଠା ଭୁଷୁଡି ପଡ଼ିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କୁହାଯାଉଛି କି ଭୁଷୁଡି ପଡ଼ିଥିବା କୋଠା ତଳେ ଭାରତୀୟ ସେନାର ୩୦ରୁ ୩୫ଜଣ ଯବାନ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ, ଏହି ଯବାନମାନେ ବସ୍‌ରେ କୌଣସି ସ୍ଥାନକୁ ବାହାରି ଥିବା ସମୟରେ ଖାଇବା ପାଇଁ ଏଠାରେ ଅଟକି ରହିଥିଲେ। କୋଠା ଭୁଷୁଡି ପଡ଼ିବା ହେତୁ ସେମାନେ ଏହା ତଳେ ଚାପି ରହିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଠାରେ ଏବେ ପ୍ରବଳ ବର୍ଷା ଜାରି ରହିଛି। ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।

ହିମାଞ୍ଚଳ ପ୍ରଦେଶରେ ଏଇ କିଛିଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଶନିବାର ଦିନ ଏମିତି କିଛି ଘଟଣା ଅନେକ ସ୍ଥାନରେ ଘଟିଥିବା ଶୁଣିବାକୁ ମିଳିଥିଲା। ଚଳିତ ବର୍ଷ ବର୍ଷା ଗତ ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ନଦୀ ଓ ନଳାରେ ପାଣି ଭରି ରାସ୍ତାକୁ ଚାଲି ଆସିଛି।

ସମ୍ବନ୍ଧିତ ଖବର