ନୂଆଦିଲ୍ଲୀ: ହିନ୍ଦୀକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ଭାରତୀୟ ଜନତାଙ୍କ ସଂଖ୍ୟା ୪୩. ୬୩% ରୁ ୪୧. ୦୩କୁ ବୃଦ୍ଧି ପାଇଛି। ଭାଷା ଉପରେ ମଙ୍ଗଳବାର ଦନି ୨୦୧୧ ଜନସଂଖ୍ୟା ରିପୋର୍ଟର ଅଂଶ ସ୍ୱରୂପ ପ୍ରକାଶିତ ତଥ୍ୟରୁ ଏ କଥା ଜଣାପଡ଼ିଛି। ଅଧିକ କୁହାଯାଉଥିବା ଭାଷା ଭାବରେ ଦ୍ୱିତୀୟ ସ୍ଥାନରେ ରହିଛି ବଙ୍ଗଳା, ତୃତୀୟ ସ୍ଥାନରେ ରହିଛି ମରାଠି। ପୂର୍ବରୁ ତୃତୀୟରେ ଥିଲା ତେଲୁଗୁ। ଦେଶର ୨୨ଟି ଅନୁସୂଚୀତ ଭାଷା ମଧ୍ୟରୁ ସବୁଠୁ କମ୍ କୁହାଯାଉଥିବା ଭାଷା ହେଉଛି ସଂସ୍କୃତ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ମାତ୍ର ୨୪, ୮୨୧ ଜଣ ଲୋକ ନିଜର ମାତୃଭାଷା ଭାବେ ଶୁଣୁଛନ୍ତି। କହିବା ଲୋକ ସଂଖ୍ୟା ଅନୁସାରେ ଏହା ବୋଡ଼ୋ, ମଣିପୁରୀ, କୋଙ୍କଣି ଏବଂ ଡୋଗ୍ରି ଭାଷା ଠାରୁ ତଳେ ରହିଛି। ଅଣଅନୁସୂଚୀତ ଭାଷାଗୁଡ଼ିକ ମଧ୍ୟରେ ପ୍ରାୟ ୨. ୬ ଲକ୍ଷ ଲୋକ ଇଂରାଜିକୁ ନିଜର ପ୍ରଥମ କଥିତ ଭାଷା ଭାବେ ବ୍ୟବହାର କରୁଛନ୍ତି ବୋଲି ୨୦୧୧ ଜନସୁମାରିରୁ ଜଣାପଡ଼ିଛି। ସେଥିରୁ ମହାରାଷ୍ଟ୍ରରେ ୧,୦୬ ଲକ୍ଷ ଲୋକ ଅଟନ୍ତି ମହାରାଷ୍ଟ୍ରର।
ଇଂରାଜିକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁର ଲୋକେ। ଅତି କମ୍ ବ୍ୟବଧାନରେ ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ। ରାଜସ୍ଥାନର କଥିତ ଭାଷା ଭିଲି/ଭିଲୋଡ଼ି ସବୁଠୁ ଅଧିକ କୁହାଯାଉଥିବା ଭାଷା ଭାବେ ପ୍ରଥମ ସ୍ଥାନରେ ରହିଛି। ୧. ୦୪ କୋଟି ଲୋକ ଏ ଭାଷା କହୁଛନ୍ତି। ତା’ପଛକୁ ରହିଛି ୨୯ ଲକ୍ଷ ଲୋକ କହୁଥିବା ଗୋନ୍ଦି କଥିତ ଭାଷା।
ବଙ୍ଗଳାକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ଲୋକସଂଖ୍ୟା ୮. ୩% ରୁ ୮. ୧୧% କୁ ବୃଦ୍ଧି ପାଇଛି। ମରାଠୀ ମାତୃଭାଷୀଙ୍କ ସଂଖ୍ୟା ୭. ୦୯% ରୁ ୬. ୯୯%କୁ ବୃଦ୍ଧି ପାଇଛି। ମାତୃଭାଷା ଭାବେ ତେଲୁଗୁ ବ୍ୟବହାରକାରୀଙ୍କ ସଂଖ୍ୟା ୭. ୧୯% ରୁ ୬. ୯୩% ହ୍ରାସ ପାଇଛି।
ଷଷ୍ଠ ସ୍ଥାନରେ ଥିବା ଉର୍ଦ୍ଦୁ ୭ମ ସ୍ଥାନରେ ପହଞ୍ଚିଛି। ଗୁଜୁରାଟୀ ରହିଛି ଷଷ୍ଠ ସ୍ଥାନରେ।