ପାକିସ୍ତାନରେ କେତେ ସୁରକ୍ଷିତ ହିନ୍ଦୁ ସଂପ୍ରଦାୟ ? ହୋଲିଦିନ ଦୁଇ ହିନ୍ଦୁ ବାଳିକାଙ୍କୁ ଅପହରଣ କରି ଧର୍ମପରିବର୍ତ୍ତନ

ଇସଲାମାବାଦ : ଇମ୍ରାନ ଖାଁ ଙ୍କ ନୂଆ ପାକିସ୍ତାନରେ ସୁରକ୍ଷିତ ନାହାନ୍ତି ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟ । ସଂଖ୍ୟାଲଘୁଙ୍କ କିପରି ସୁରକ୍ଷା କରାଯାଏ ତାହା ଭାରତକୁ ଶିଖେଇବେ ବୋଲି ଦାବି କରୁଥିବା ଇମ୍ରାନଙ୍କ ଅସଲ ମୁଖା ଖୋଲିଯାଇଛି । ପାକିସ୍ତାନରେ ହିନ୍ଦୁ ସଂପ୍ରଦାୟ ଉପରେ ଅତ୍ୟାଚାର ବଢିଚାଲିଛି । ବିଶେଷ କରି ହିନ୍ଦୁ ଯୁବତୀ ମାନଙ୍କୁ ଜବରଦସ୍ତି ଅପହରଣ କରି ଦୁଷ୍କର୍ମ କରିବା ସହ ଧର୍ମପରିବର୍ତ୍ତନ କରାଯାଉଛି ।

 

 

ହୋଲି ଦିନ ସମଗ୍ର ବିଶ୍ୱରେ ହିନ୍ଦୁମାନେ ଉତ୍ସବ ପାଳୁଥିବାବେଳେ ପାକିସ୍ତାନର ସିନ୍ଧ ପ୍ରଦେଶର ଢାରକି ଟାଉନର ଏକ ହିନ୍ଦୁ ପରିବାର ପାଇଁ ଦୁର୍ଦ୍ଦିନ ମାଡିଆସିଥିଲା । ଗୋଟିଏ ପରିବାରର ଦୁଇ ନାବାଳିକା ଝିଅ ରବିନା (୧୩) ଓ ରିନା (୧୫)ଙ୍କୁ କେତେକ ଲୋକ ଜବରଦସ୍ତି ଅପହରଣ କରି ଦୁଷ୍କର୍ମ କରିବା ସହ ଧର୍ମପରିବର୍ତ୍ତନ କରି ସଂପୃକ୍ତ ଲୋକମାନଙ୍କ ସହ ନିକାହ ( ବିବାହ) କରାଯାଇଥିବା ଅଭିଯୋଗ ଆସିଛି । ଏ ନେଇ କେତେକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଘଟଣାରେ ନ୍ୟାୟ ପାଇଁ ସଂପୃକ୍ତ ବାଳିକାଙ୍କ ବୃଦ୍ଧ ବାପା ସିନ୍ଧର ଏକ ପୁଲିସ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ଓ ପ୍ରଶାସନଠାରୁ ନ୍ୟାୟ ଭିକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର