ପାକିସ୍ତାନରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାହୁଦ୍ଦିନ ଉପରେ ଆକ୍ରମଣ, ଆଇଏସଆଇର ସମ୍ପୃକ୍ତି ଥିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ପାକିସ୍ତାନର ଜଣା ଶୁଣା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାହୁଦ୍ଦିନ ପାକିସ୍ତାନର ଇସଲାମାବାଦରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ନେଇ ଖବର ମିଳିଛି | ଘଟଣାଟି ମେ ୨୫ରେ ଘଟିଥିବା ବେଳେ ସୟଦ ସଲାହୁଦ୍ଦିନ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।

ସୂଚନାନୁସାରେ, ହିଜବୁଲ ମୁଖ୍ୟଙ୍କ ଉପରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଆକ୍ରମଣର ଯୋଜନା କରିଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ ସଲାହୁଦ୍ଦିନର ସ୍ୱାସ୍ଥ୍ୟ ଅବସ୍ଥା କିଭଳି ରହିଛି ସେ ନେଇ ଖବର ମିଳିପାରିନଥିବା ବେଳେ ହିଜବୁଲ ମୁଖ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ଆଇଏସଆଇ ଏବଂ ସଲାହୁଦ୍ଦିନ ମଧ୍ୟରେ ଚାଲିଥିବା ବିବାଦ ସହ ଜଡିତ ଥିବା ଅନୁମାନ କରାଯାଉଛି।

Terror financing: ED takes possession of Kashmir assets linked to ...
India Today

ସୂତ୍ରରୁ ପ୍ରକାଶ ଯେ, ସଲାହୁଦ୍ଦିନକୁ ଜୀବନରୁ ମାରିବା ନୁହେଁ ବରଂ ହିଜବୁଲ ମୁଖିଆଙ୍କ ନିକଟକୁ ବାର୍ତ୍ତା ପଠାଇବା ଏହି ଆକ୍ରମଣର ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହି ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ସଲାହୁଦ୍ଦିନକୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣା ପଡିଛି।

ସମ୍ବନ୍ଧିତ ଖବର