ମୁଖିଆଙ୍କ ସମେତ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମସମର୍ପଣ କଲେ ୧୫ନକ୍ସଲ

କୋଲକାତା: ମୁଖିଆଙ୍କ ସମେତ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମସମର୍ପଣ କଲେ ୧୫ନକ୍ସଲ। ରବିବାର ଦିନ ରାଜ୍ୟ ରାଜଧାନୀ ଇଟାନଗରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଆଗରେ ନକ୍ସଲ ସଂଗଠନ ପୂର୍ବ ନାଗା ଜାତୀୟ ସରକାରର ଅଧ୍ୟକ୍ଷ ତୋଷା ମୋସାଙ୍ଗଙ୍କ ସମେତ ୧୫ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଘର ବାହୁଡା ସମାରୋହରେ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହ ଆତ୍ମସମର୍ପଣ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଐତିହାସିକ ବୋଲି କହି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଆସାମ ରାଇଫଲ୍ସ ଏବଂ ରାଜ୍ୟ ପୁଲିସର ମିଳିତ ପ୍ରୟାସକୁ ପ୍ରଶଂସା କରି ନକ୍ସଲମାନଙ୍କୁ ହିଂସା ଠାରୁ ଦୂରେଇ ରହିବା ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରବର୍ତ୍ତାଇଛନ୍ତି।

ଅନ୍ୟପକ୍ଷରେ, ଆସାମ ରାଇଫଲ୍ସର ଇନ୍ସପେକ୍ଟର ଜେନେରାଲ୍ ନକ୍ସଲମାନଙ୍କୁ ହିଂସାଠାରୁ ଦୂରେଇ ରହିବା ସହ ସମ୍ମାନଜନକ ଜୀବନଯାପନ କରିବାକୁ ରାଜି କରିଥିଲେ ବୋଲି ଜଣାପଡ଼ିଛି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଚୌନା ମେନ୍, ରାଜ୍ୟ ଗୃହମନ୍ତ୍ରୀ ବାମଙ୍ଗ ଫେଲିକ୍ସ, ମେଜର ଜେନେରାଲ୍ ବିକାଶ ଲାଖେରା, ବ୍ରିଜେଡେୟର ସ୍ବର୍ଣ୍ଣ ସିଂ, ରାଜ୍ୟ ମୁଖ୍ୟ ଶାସନ ସଚିବ ଧର୍ମେନ୍ଦ୍ର ଏବଂ ପୁଲିସ୍ ମହାନିର୍ଦ୍ଦେଶକ ସତୀଶ ଗୋଲଚା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର