ହନି ଟ୍ରାପ୍‌ର ଶିକାର ଯବାନ, ପାକ୍‌ ମହିଳା ଗୁଇନ୍ଦାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ପୁଣି ଜଣେ ଭାରତୀୟ ଯବାନ ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେନାର ଯବାନ ଓ ଅଫିସର ହନିଟ୍ରାପ୍‌ର ଶିକାର ହେବା ମାମଲା ବଢ଼ିବାରେ ଲାଗିଛି। ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ମୁତୟନ ହୋଇଥିବା ଜଣେ ଯବାନ ପାକିସ୍ତାନୀ ମହିଳା ଗୁଇନ୍ଦାଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିବା ମାମଲାରେ ଗିରଫ ହୋଇଛନ୍ତି। ସୋ‌ସିଆଲ ମିଡିଆରେ ସେ ଏହି ମହିଳାଙ୍କ ସହ ସମ୍ପର୍କରେ ରହିଥିଲେ ଏବଂ ଭାରତୀୟ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତାଙ୍କୁ ଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନଙ୍କ ଘର ହରିୟାଣାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର