କଶ୍ମୀର ଆଲୋଚନା ପାଇଁ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଏବେ ଭାରତ-ପାକିସ୍ତାନ ବିବାଦ ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନ ସହ ଆଲୋଚନା ବୈଠକକୁ ମଧ୍ୟ ଭାରତ ନିକଟରେ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି କଶ୍ମୀର ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରାଜନାଥ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ଯେକୌଣସି ପକ୍ଷଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ। ରାଜନାଥ କହିଛନ୍ତି, ପାକିସ୍ତାନ ଦ୍ୱାରା ହିଁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ୁଛି।

ସମ୍ବନ୍ଧିତ ଖବର