ମା’ର ଯତ୍ନ ନନେବାରୁ ନିଜନିଜ ସ୍ତ୍ରୀଙ୍କୁ କିଛି ମିନିଟ ଭିତରେ ଛାଡ଼ପତ୍ର ଦେଲେ ତିନିପୁଅ

ନୂଆଦିଲ୍ଲୀ: ଅଲଜେରିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନିଜଣ ଭାଇ ନିଜନିଜ ସ୍ତ୍ରୀଙ୍କୁ ଏକାଠି ଛାଡ଼ପତ୍ର ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏହି ଛାଡ଼ପତ୍ର ନିଷ୍ପତ୍ତି କୌଣସି ଆଲୋଚନା ବିନା ମାତ୍ର କିଛି ମିନିଟ ମଧ୍ୟରେ ନିଆଯାଇଥିଲା। ତେବେ ବୁଢ଼ୀ ମା’ଙ୍କ ଦେଖାଶୁଣା କରୁ ନଥିବାରୁ ତିନିପୁଅ ନିଜନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କୁହାଯାଉଛି।

ପ୍ରକାଶିତ ମୁତାବକ, ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ପାଇଥିବା ତିନିଜଣ ମହିଳା ନିଜ ଶାଶୁଙ୍କ କୌଣସି ଯତ୍ନ ନେଉ ନଥିଲେ। ଏମିତି କି ତାଙ୍କ ଖାଇବା ଓ ପିଇବା କଥା ବି ବୁଝୁ ନଥିଲେ। ଏକଦା ଉକ୍ତ ବୃଦ୍ଧାଙ୍କ ତିନିଜଣପୁଅ ଅଫିସରୁ ଘରୁକୁ ଫେରିଥିଲେ। ଏହି ସମୟରେ ସେମାନେ ଦେଖିବାକୁ ପାଇଥିଲେ ପଡ଼ିଶାରେ ରହୁଥିବା ମହିଳା ଜଣକ ତାଙ୍କ ମା’ଙ୍କୁ ପରିସ୍କାର ପରିଚ୍ଛନ୍ନ କରି ସ୍ନାନ କରାଉଛନ୍ତି। ଆଉ ତାଙ୍କର ସ୍ତ୍ରୀମାନେ ଘରେ ନଥିଲେ।

तीन भाईयों ने पत्नियों को एक साथ दिया तलाक (Representational Image- Reuters)

ଏହାପରେ ତିନିଭାଇ ରାଗି ଯାଇ ନିଜନିଜ ଭିତରେ ଆଲୋଚନା ନକରି କିଛି ମିନିଟ ଭିତରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୁନଃଚ୍ଛେଦ ପକାଇଥିଲେ।

ତେବେ କୁହାଯାଉଛି କି, ବୃଦ୍ଧାଙ୍କ ଦେଖାଶୁଣା ତାଙ୍କ ଝିଅ କରି ଥାଆନ୍ତି। ସପ୍ତାହକୁ ଦୁଇଥର ଆସି ମା’ଙ୍କ ଯତ୍ନ ନେଇ ଖିଆ ପିଆ କଥା ବୁଝି ନିଜ ଶାଶୁଘରକୁ  ଚାଲି ଯାଇଥାଆନ୍ତି। ଏଭଳି ସମୟ‌ରେ ଝିଅର ସ୍ବାମୀ କର୍କଟରେ ପୀଡିତ ହୋଇଗଲେ। ସେ ଆଉ ନିଜ ବାପାଘରକୁ ଆସି ପାରିଲେ ନାହିଁ।

ଝିଅ ଆସି ନପାରିବାରୁ ଦିନକୁ ଦିନ ବୃଦ୍ଧାଙ୍କ ଅସୁବିଧା ବଢ଼ିବାକୁ ଲାଗିଥିଲା। ତିନି ପୁଅ ନିଜନିଜ ସ୍ତ୍ରୀଙ୍କୁ ଜଣାଇଦେଇଥିଲେ କି ଯେପର୍ଯ୍ୟନ୍ତ ତାଙ୍କ ଭଉଣୀ ଘରକୁ ଆସି ନାହିଁ ସେପର୍ଯ୍ୟନ୍ତ ସେମାନେ ତାଙ୍କ ମା’ଙ୍କ ଯତ୍ନ ନେବେ। କିନ୍ତୁ ସେମାନେ ଏମିତି କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଶେଷରେ ତିନିପୁଅ ନିଜନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର