ଶାଶୂଘରେ ମହିଳାଙ୍କ ଆଘାତ ପାଇଁ ସ୍ବାମୀ ହିଁ ଦାୟୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାଶୂଘରେ ମହିଳାଙ୍କ ପ୍ରତି କୌଣସି ପ୍ରକାର ଶାରୀରିକ ଆଘାତ ଆସିଲେ, ସେଥିପାଇଁ ସ୍ବାମୀ ହିଁ ଦାୟୀ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି କୌଣସି ସମ୍ପର୍କୀୟଙ୍କ ଦ୍ବାରା ଏପରି ଆଘାତ ପହଞ୍ଚାଇଲେ ବି ସ୍ବାମୀ ସେଥିପାଇଁ ଉତ୍ତରଦାୟୀ ରହିବେ ବୋଲି ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି। ଏଥି ସହିତ ଗିରଫକୁ ଏଡ଼ାଇବା ଲାଗି ଆଗୁଆ ଜାମିନ ଲୋଡ଼ିଥିବା ସ୍ବାମୀଙ୍କ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି।

୨୦୧୭ରେ ବିବାହିତ ଲୁଧିଆନାର ଏହି ଦମ୍ପତିଙ୍କର ୨୦୧୮ରେ ଏକ ସନ୍ତାନ ଜନ୍ମ ନେଇଥିଲା। ତେବେ ସ୍ବାମୀଙ୍କ ସମେତ ଶାଶୂ ଓ ଶ୍ବଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଭୀଷଣ ମାରଧର କରିଥିଲେ ବୋଲି ସେ ଗତବର୍ଷ ଜୁନ୍‌ରେ ପୁଲିସକୁ ଜଣାଇଥିଲେ। ଏପରିକି ତାଙ୍କ ସ୍ବାମୀ ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ବସିଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ତେବେ ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଅଭିଯୁକ୍ତ ସ୍ବାମୀଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିବା ବେଳେ ସେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର