ପତ୍ନୀ ଏବଂ ୨ ପିଲାଙ୍କୁ ବିଷ ଦେଇ ମାରିବା ପରେ ହାଇଦ୍ରାବାଦ୍‌ ଇଂଜିନିୟରଙ୍କ ଆତ୍ମହତ୍ୟା

ନୂଆଦିଲ୍ଳୀ: ହାଇଦ୍ରାବାଦରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି। ହାଇଦ୍ରାବାଦ୍‌ର ହସ୍ତିନାପୁରମ୍‌ରେ ଜଣେ ୩୬ ବର୍ଷୀୟ ସଫ୍ଟଓୟାର ଇଂଜିନିୟର ତାଙ୍କ ପତ୍ନୀ ଏବଂ ୨ ପିଲାଙ୍କୁ ବିଷ ଦେଇ ମାରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଏଲ୍‌ ବି ନଗର ଇନ୍ସପେକ୍ଟର ଭି ଅଶୋକ ରେଡ୍ଡିଙ୍କ କହିବା ଅନୁଯାୟୀ ସମସ୍ତଙ୍କର ବୋଧହୁଏ ଗତ ଶନିବାରଠାରୁ ମୃତ୍ୟୁ ହୋଇଛି।

News18

୩୬ ବର୍ଷୀୟ ପ୍ରଦୀପ ନାଲ୍‌ଗୋନ୍ଦା ଜିଲ୍ଲା ଅଧୀନ ଏକ ଗ୍ରାମର ବାସିନ୍ଦା। ସେ ଏକ ବହୁଦେଶୀୟ କମ୍ପାନିରେ କାମ କରୁଥିଲେ। କିନ୍ତୁ ଅତ୍ୟନ୍ତ ଆର୍ଥିକ ସଙ୍କଟ ପାଇଁ ପ୍ରଦୀପ ଏଭଳି ଚରମ ପଦପେକ୍ଷ ନେଇଛନ୍ତି। ପ୍ରଦୀପ ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ପ୍ରଦୀପ କହିଛନ୍ତି ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିବାରୁ ସେ ଆତ୍ମହତ୍ୟାର ବାଟ ବାଛୁଛନ୍ତି। ପ୍ରଦୀପ ଅତ୍ୟନ୍ତ ଋଣଗ୍ରସ୍ତ ଥିଲେ। ଋଣ ସୁଝିପାରିବେନି ବୋଲି ଜାଣି ପାରିବାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି।

ସମ୍ବନ୍ଧିତ ଖବର