ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ସମରାଭ୍ୟାସ କାଳରେ ରାଫେଲ ଓ ସୁଖୋଇ ଲଢ଼ୁଆ ବିମାନ ଉଡ଼ାଉ ଥିବା ପାଇଲଟ ଆକାଶମାର୍ଗରେ ନେଲେ ସେଲ୍‌ଫି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଓ ଫ୍ରାନ୍ସ ବାୟୁସେନାର ଲଢ଼ୁଆ ବିମାନ ପାଇଲଟମାନଙ୍କୁ ନେଇ ଫ୍ରାନ୍ସ ଠାରେ ଗରୁଡ଼-୬ ନାମରେ ଉଭୟ ଦେଶର ମିଳିତ ସାମରିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସାମରିକ ସମରାଭ୍ୟାସ କାଳରେ ଭାରତୀୟ ବାୟୁସେନାର ପାଇଲଟମାନେ ଫ୍ରାନ୍ସର ସର୍ବାଧୁନିକ ଲଢ଼ୁଆ ଉଡ଼ାଉ ଥିବାବେଳେ ଫ୍ରାନ୍ସ ବାୟୁସେନାର ପାଇଲଟମାନେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-୩୦କୁ ଉଡ଼ାଉଛନ୍ତି।


ଚଳିତ ଜୁଲାଇ ୧ ତାରିଖ ଠାରୁ ଫ୍ରାନ୍ସର ମୋଣ୍ଟ-ଡି- ମାରସନ୍‌ ଏୟାର ବେସ୍‌ରେ ଆରମ୍ଭ ହୋଇଥିବା ଏହି ଗରୁଡ଼-୬ ସମରାଭ୍ୟାାସ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ, ବାୟୁସେନାର ଏହି ସାମରିକ ଡ୍ରିଲ କାଳରେ ରାଫେଲ ଲଢ଼ୁଆ ବିମାନ ଉଡ଼ାଉ ଥିବା ଭାରତୀୟ ବାୟୁସେନାର ସ୍କାର୍ଡନ ଲିଡର ସୌରଭ ଅମ୍ବୁରେ ଓ ଫ୍ରାନ୍ସ ବାୟୁସେନାର ଅନ୍ୟଜଣେ ଲଢ଼ୁଆ ବିମାନ ପାଇଲଟ ସୁଖୋଇ- ୩୦ର ଉଡ଼ାଣ ଭରିଥିବା ବେଳେ ଆକାଶ ମାର୍ଗରେ ସେଲଫି ଉଠାଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥିସହ ଏହି ସେଲଫିକୁ ଏବେ ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରାଯିବା ପରେ ଏହାକୁ କେନ୍ଦ୍ର କରି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର