ବାୟୁସେନା ବିମାନ ଏଏନ୍‌-୩୨ ରାଡାର୍‌ରୁ ଉଭାନ୍‌ ହେଉଥିବା ଦେଖିଥିଲେ ପାଇଲଟ୍‌ଙ୍କ ପତ୍ନୀ

ନୂଆଦିଲ୍ଲୀ: ଆସାମରୁ ନିଖୋଜ ହୋଇଯାଇଥିବା ବାୟୁସେନା ବିମାନ ଏଏନ୍‌-୩୨କୁ ଚଳାଉଥିବା ପାଇଲଟ୍‌ ଆଶିଷ ତନ୍‌ଓ୍ଵାର୍‌ଙ୍କ ପତ୍ନୀ ସନ୍ଧ୍ୟା ତନ୍‌ଓ୍ଵାର୍‌, ବିମାନ ଉଡ଼ାଣ ଆରମ୍ଭ କରିବା ବେଳେ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ରେ ଉପସ୍ଥିତ ଥିଲେ।

ଅନ୍ୟ ୧୨ ଜଣଙ୍କୁ ନେଇ ଯାଉଥିବା ଜେଟ୍‌ ବିମାନଟି ରାଡାର୍‌ରୁ ଅପସରି ଯିବା ବେଳେ ସନ୍ଧ୍ୟା ସେ ବିମାନଟିକୁ ଦେଖିବା ସହ ତା’ର ଶବ୍ଦ ଶୁଣିଥିଲେ।

ଦିନ ୧୨: ୨୫ ସମୟରେ ଆସାମର ଜୋର୍‌ହାଟରୁ ଏଏନ୍‌-୩୨ ବିମାନ ଉଡ଼ାଣ ଆରମ୍ଭ କରିବା ସମୟରେ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌ ଠାରେ ସନ୍ଧ୍ୟା ତାହାକୁ ମନିଟରିଙ୍ଗ୍‌ କରୁଥିଲେ।

Insight NE

ଅରୁଣାଚଳ ପ୍ରଦେଶର ମେଞ୍ଚୁକାସ୍ଥିତ ବେସ୍‌ ଅଭିମୁଖେ ଜେଟ୍‌ଟି ଯାତ୍ରା କରୁଥିବା ସମୟରେ ଦିନ ବେଳେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।

ଚାରି ଦିନ ବିତି ଯାଇଥିଲେ ବି ଜେଟ୍‌ ବିମାନଟିର ପତ୍ତା ମିଳିନାହିଁ। ତଲାସ ଅଭିଯାନ ଯୋର୍‌ଦାର୍‌ କରାଯାଇଛି ଓ ଏଥିରେ ନୌସେନା ମଧ୍ୟ ସାମିଲ ହୋଇଛି।

ରାଡାରରୁ ବିମାନ ଅନ୍ତର୍ଦ୍ଧାନ ହେବାର ଘଣ୍ଟାଏ ପରେ ସନ୍ଧ୍ୟା ସେମାନଙ୍କ ପରିବାରକୁ ଫୋନ୍‌ କରିଥିଲେ ବୋଲି ଆଶିଷଙ୍କ ଦାଦା ଉଦୟବୀର ସିଂହ କହନ୍ତି।

ଗତବର୍ଷ ଫେବ୍ରୁଆରି ମାସରେ ଆଶିଷ ଓ ସନ୍ଧ୍ୟା ବିବାହ କରି ଆସାମରେ ରହୁଥିଲେ।

ସମ୍ବନ୍ଧିତ ଖବର