ଖଡ଼ଗପୁର: ଆଇଆଇଟି ଇଞ୍ଜିନିୟରମାନେ ମିଶି ନିକଟରେ କର୍କଟ ସେଲ୍କୁ ଚିହ୍ନଟ କରି ନଷ୍ଟ କରିବା ପାଇଁ କ୍ଷୁଦ୍ର ଆକୃତିର କାର୍ବନ ମେଟେରିଆଲ୍ ବାହାର କରିଛନ୍ତି। ଇଣ୍ଡିଆନ୍ ଇନ୍ଷ୍ଟିଟିଉଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି),ରୋକିର ଏହି ଗବେଷକମାନେ କର୍କଟ ଚିହ୍ନଟ କରି ତାହାର ବିନାସ ଘଟାଇବା ପରେ ଫ୍ଲୋରେସେଣ୍ଟ୍ କାର୍ବନ କ୍ଷୁଦ୍ରକଣିକା ଉଦ୍ଭାବନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କ୍ଷୁଦ୍ର (୧୦-୯) ମିଟର୍ର କାର୍ବନ ମେଟେରିଆଲ୍ କର୍କଟ ପାଇଁ ଚିକିତ୍ସକୀୟ ଏଜେଣ୍ଟ ୍ ପରି କାମ କରିବ। ଏହାକୁ ରୋଜି ପେରିଓ୍ଵିଙ୍କିଲ୍ ଫୁଲ୍ ଗଛରୁ ସଂଗ୍ରହ କରାଯାଉଛି ବୋଲି ସୂଚନା ରହିଛି।
ଡକ୍ଟର ଗୋପିନାଥଙ୍କ ଟିମ୍ ଏହି ଗଛର ପତ୍ରରୁ ଗରମ କରି ସେଥିରୁ କାର୍ବନ କ୍ଷୁଦ୍ରକଣିକା ବାହାର କରିଛନ୍ତି। ଏହି ଉପକାରୀ ଗଛକୁ ଭିନ୍କା ରୋଜିଆ ବୋଲି ମଧ୍ୟ କେହି କେହି କହନ୍ତି।
ଦୀଘ ବର୍ଷ ଧରି କର୍କଟର ସେଲ୍ ଚିହ୍ନଟ କରି ତାହାକୁ ଭଲ କରିବାର ଉପାୟ ଖୋଜୁଛନ୍ତି ଗବେଷକମାନେ। ଏପରି ଏକ କଠିନ ସମସ୍ୟାର ସମାଧାନ ଅନେକ ବର୍ଷର ଚେଷ୍ଟା ପରେ ହୋଇପାରିନଥିବା ବେଳେ ଇଞ୍ଜିନିୟରଙ୍କର ଏପରି ଉଦ୍ଭାବନ ଆଶାର ଅଙ୍କୁର ସୃଷ୍ଟି କରିଛି।