ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ସୁପର ‌ସ୍ପ୍ରେଡର, ଦ୍ବିତୀୟ ଲହର ପାଇଁ ସେ ଦାୟୀ: ଆଇଏମଏର ଜାତୀୟ ଉପ-ସଭାପତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ଖୁବ ମାରାତ୍ମକ ହୋଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି ଭାରତୀୟ ମେଡିକାଲ୍ ଆସୋସିଏସନର ଜାତୀୟ ଉପ-ସଭାପତି ଡାକ୍ତର ନବଜୋତ ଦହିଆ। ସେ ପ୍ରଧାନମନ୍ତ୍ରୀଙ୍କୁ କରୋନାର ଦ୍ବିତୀୟ ଲହର ପାଇଁ ଦାୟୀ କରିବା ସହ ମୋଦୀ ଜଣେ ସୁପର ‌ସ୍ପ୍ରେଡର ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ଡାକ୍ତରମାନେ ଲୋକଙ୍କୁ କରୋନା କଟକଣା ବିଷୟରେ ବୁଝ‌ାଇବା ପାଇଁ କଠିନ ଚେଷ୍ଟା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କରୋନା ନିୟମକୁ ଫୁ କରି ବଡ଼ ରାଜନୈତିକ ସମାବେଶ କରିବାକୁ କୁଣ୍ଠାବୋଧ କରିନଥିଲେ। କରୋନା ସମୟରେ ସ୍ୱାସ୍ଥ୍ୟ ସଙ୍କଟର ଗମ୍ଭୀରତା ସତ୍ତ୍ବେ ହରିଦ୍ୱାରର କୁମ୍ଭ ମେଳା ଏବଂ ନିର୍ବାଚନ ସମାବେଶ ତଥା ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇଥିଲା। ଏହା ପାଇଁ କରୋନା ସ୍ଥିତି ଗମ୍ଭୀର ହୋଇଥିଲା।

science.thewire.in

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଡିକାଲ ଅମ୍ଳଜାନର ଅଭାବ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଅନେକ ରୋଗୀଙ୍କ ମୃତ୍ୟୁର କାରଣ ପାଲଟିଛି। ଅମ୍ଳଜାନ ତିଆରି କରିବା ନେଇ ପ୍ଲାଣ୍ଟ ସ୍ଥାପନ ପାଇଁ ଅନେକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି। କିନ୍ତୁ ଏଭଳି ସମୟରେ ମଧ୍ୟ ସେହି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର