‘କଶ୍ମୀରରେ କର୍ଫ୍ୟୁ ଉଠିଲେ ରକ୍ତପାତ ହେବ’ ଜାତିସଂଘରେ ଭାରତ ବିରୋଧରେ ବିଷୋଦଗାର କଲେ ଇମ୍ରାନ ଖାଁ

ନ୍ୟୁୟର୍କ : ଭାରତର ହିନ୍ଦୁ ଜାତୀୟତାବାଦୀ ସରକାର କଶ୍ମୀରର ୮ ନିୟୁତ ମୁସଲିମଙ୍କ ଉପରେ ଅକଥନୀୟ ଅତ୍ୟାଚାର ଜାରି ରଖିଛନ୍ତି । ପ୍ରାୟ ୯ ଲକ୍ଷ ସୁରକ୍ଷାବଳ ମୁତୟନ କରି ସେଠାକାର ସାଧାରଣ ଜନତାଙ୍କୁ ଦମନ କରାଯାଉଛି । କର୍ଫ୍ୟୁ ଉଠିଲେ ସେଠାରେ ପୁଣି ପୁଲଓ୍ଵାମା ପରି ଘଟଣା ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ।

ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଭାଷଣ ଦେବା ଅବସରରେ ଇମ୍ରାନ ଖାଁ କେବଳ କଶ୍ମୀର, ଭାରତ କଥା ହିଁ କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ କଶ୍ମୀର ଜନତା ଅସ୍ତ୍ର ଉଠାଇବେ । ଭାରତରେ ଏବେ ଆରଏସଏସର ସରକାର ଚାଲିଛି । ଆରଏସଏସ ହେଉଛି ହିଟଲରଙ୍କ ଆଦର୍ଶ ଦ୍ୱାରା ପରିଚାଳିତ ଏକ ଉଗ୍ର ଜାତୀୟତାବାଦୀ ଦଳ । ନରେନ୍ଦ୍ର ମୋଦୀ ଏହି ସଂଗଠନର ଆଜୀବନ ସଦସ୍ୟ । ଏହି ଦଳ ମୁସଲିମ ଓ ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ଲାମିକ ଆତଙ୍କବାଦ କଥା କହି ସମସ୍ତେ ମୁସଲିମମାନଙ୍କୁ ଟାର୍ଗେଟ କରୁଛନ୍ତି ।

ସମ୍ବନ୍ଧିତ ଖବର