ଦିଲ୍ଲୀ ହିଂସାରୁ ଫାଇଦା ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉଦ୍ୟମ : ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ଭାଗରେ ଗତ ତିନି ଦିନ ହେଲା ହିଂସା ଚାଲିଥିବା ବେଳେ ତାହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କେତେକ ଟ୍ଵିଟ କରି ଲେଖିଛନ୍ତି ଯେ ଭାରତରେ ମୁସଲିମମାନଙ୍କ ଉପରେ ପ୍ରବଳ ଅତ୍ୟାଚାର କରାଯାଉଛି । ବିଶ୍ୱ ସମୁଦାୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି । ସେ ଲେଖିଛନ୍ତି ଯେ ବିଜେପିର ମୂଳ ସଂଗଠନ ଆରଏସଏସର ମୌଳିକ ଚିନ୍ତାଧାରା ହେଉଛି ଘୃଣା ଓ ହିଂସା । ଯେତେବେଳେ କୌଣସି ଫାସିବାଦୀ ଦଳ ଏକ ଅଣୁ ଅସ୍ତ୍ରସଂପନ୍ନ ଦେଶରେ କ୍ଷମତାକୁ ଆସେ ରକ୍ତପାତ ଆରମ୍ଭ ହୋଇଯାଏ ।  ଏଥିସହ ସେ କହିଛନ୍ତି ଯେ କଶ୍ମୀର ଏକ ଆରମ୍ଭ ଥିଲା, ଏବେ ୨୦ କୋଟି ଭାରତୀୟ ମୁସଲମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଓ ସେମାନଙ୍କ ଉପାସନାସ୍ଥଳୀରେ ଉପରେ କୌଣସି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ସେମାନେ ପାକିସ୍ତାନର ସମାନ ନାଗରିକ ।

ତେରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ସଂଘର୍ଷରୁ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ବୁଧବାରଦିନ କୌଣସି ନୂଆ ହିଂସାକାଣ୍ଡ ସୃଷ୍ଟି ହୋଇନଥିବା ସତ୍ତ୍ୱେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର