ନୂଆବର୍ଷରେ ମୋଦୀଙ୍କ ପ୍ରଥମ କାର୍ଯ୍ୟକ୍ରମ: ୬ ରାଜ୍ୟରେ ଲାଇଟ୍ ହାଉସ୍ ପ୍ରକଳ୍ପ, ତିଆରି ହେବ ଭୂକମ୍ପ ପ୍ରତିରୋଧକ ଘର

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି । ଏହି କ୍ରମରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ୍ ହାଉସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ ଆଧାରରେ ୬ ଟି ରାଜ୍ୟପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କ୍ରମରେ ଲାଇଟ୍ ହାଉସ୍ ପ୍ରକଳ୍ପ ପାଇଁ ଯେଉଁ ରାଜ୍ୟମାନଙ୍କୁ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ଗୁଜୁରାଟ, ତାମିଲନାଡୁ, ତ୍ରିପୁରା ଓ ଝାଡଖଣ୍ଡ । ଏହି ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହା ସହ ନିର୍ମାଣ ହେବାକୁ ଥିବା ଏହି ଘରଗୁଡ଼ିକ ଭୂକମ୍ପ ପ୍ରତିରୋଧୀ ହେବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ଏହାସହ ପିଏମୱାଇ ଓ ଆଶା ଇଣ୍ଡିଆ ଆୱାର୍ଡ ମଧ୍ୟ ବିତରଣ କରିଛନ୍ତି । ଏହାସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ମଧ୍ୟ ପୁରସ୍କୃତ କରିଛନ୍ତିା ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ କଥା ହୋଇଛନ୍ତି।

ସମ୍ବନ୍ଧିତ ଖବର