ଜନରାଜ୍ୟ ଦିବସରେ ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ମିଷ୍ଟାନ୍ନ ଆଦାନ ପ୍ରଦାନ କଲେ ଭାରତ ଓ ପାକିସ୍ତାନ: ଶ୍ରୀନଗରେ ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଭାରତର ୭୦ତମ ଜନରାଜ୍ୟ ଦିବସ ଅବସରରେ ଜାନୁଆରି ୨୬ ତାରିଖରେ ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ଭାରତୀୟ ଓ ପାକିସ୍ତାନୀ ଯବାନମାନେ ମିଠେଇ ଆଦାନ ପ୍ରଦାନ କରିଛନ୍ତି।

ଯବାନମାନେ ଶନିବାର ଦିନ ଓ୍ଵାଗା ସୀମାନ୍ତରେ ମିଠେଇ ଦିଆନିଆ କରୁଥିବା ବେଳେ ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଉପକଣ୍ଠ ଅନ୍ତର୍ଗତ ଖୁନମୋହ ଅଞ୍ଚଳରେ ସୁରକ୍ଷାବଳଙ୍କ ସହ ଗୁଳିବିନିମୟ ଯୋଗୁଁ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ସଂକ୍ରାନ୍ତରେ ସୂଚନା ପାଇବା ପରେ କର୍ଡନ୍‌ ଓ ସର୍ଚ ଅଭିଯାନ ଆରମ୍ଭ କରିବା ସମୟରେ ଖୁନମୋହ ଠାରେ ନିରାପତ୍ତା ବଳ ସହ ଆତଙ୍କବାଦୀଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ତଲାସ ଅଭିଯାନ ଚାଲିଥିବା ବେଳେ ପ୍ରଥମେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇ ଥିଲେ।

ସମ୍ବନ୍ଧିତ ଖବର