ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାରତ ଏହି ନୂଆ କ୍ଷେପଣାସ୍ତ୍ରଟିର ପ୍ରଦର୍ଶନ କରିଛି, ଏହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ : ଗତ କାଲି ଭାରତ ନିଜର ୭୦ ତମ ଗଣତନ୍ତ୍ର ଦିବସ ପାଳନ କରିଥିଲା । ନୂଆଦିଲ୍ଲୀଠାରେ ପ୍ରଦର୍ଶିତ ହୋଇଥିଲା ଭାରତର ସାମରିକ ଓ ସାଂସ୍କୃତିକ ଶକ୍ତି । ଏଥର ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକ ନୂଆ ଅସ୍ତ୍ର ପ୍ରଦର୍ଶିତ ହୋଇଥିଲା । ତାହାହେଉଛି ଏମଆର-ଏସଏଏମ ( ମିଡିୟମ ରେଞ୍ଜ ସରଫେସ ଟୁ ଏୟାର ) ମିସାଇଲ । ଏହା ଏକ ପ୍ରକାରର ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ମିସାଇଲ । ଏହାକୁ ବ୍ୟବହାର କରି ଆକାଶରେ ଭାରତ ଆଡକୁ ଆସୁଥିବା ଶତ୍ରୁପକ୍ଷର ମିସାଇଲ ଓ ବିମାନକୁ ନଷ୍ଟ କରିହେବ ।

ଏହାକୁ ଭାରତର ଡିଆରଡିଓ ଓ ଇସ୍ରାଏଲର ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜ ପକ୍ଷରୁ ମିଳିତ ଭାବେ ନିର୍ମାଣ କରାଯାଉଛି । ଡିଆରଡିଓ ଏହାର ଲଞ୍ଚପ୍ୟାଡ ନିର୍ମାଣ କରୁଥିବାବେଳେ ଇସ୍ରାଏଲ କମ୍ପାନି ପ୍ରକୃତ କ୍ଷେପଣାସ୍ତ୍ରଟି ତିଆରି କରୁଛି । ଏହି ମିସାଇଲକୁ ବାରାକ ଶ୍ରେଣୀର ଏୟାର-ଡିଫେନ୍ସ ମିସାଇଲ ବୋଲି ମଧ୍ୟ କୁହାଯାଏ । କେବଳ ମିଡିୟମ ରେଞ୍ଜ ନୁହେଁ , ଦୀର୍ଘ ଦୂରତ୍ୱ ପାଇଁ ଏକ ଏଲଆର-ଏସଏଏମ ମଧ୍ୟ ତିଆରି କରାଯାଉଛି । ନିକଟରେ ଓଡ଼ିଶାରେ ଏହାର ପରୀକ୍ଷଣ ହୋଇଥିଲା ।

ସମ୍ବନ୍ଧିତ ଖବର