ଚୀନ୍‌ ସହ ମୁହାଁମୁହିଁ: ଭାରତ କିଣିବ  ଅଧିକ ସ୍ପାଇସ୍‌-୨୦୦୦ ବୋମା 

ନୂଆଦିଲ୍ଲୀ: ଆକାଶ ମାର୍ଗରେ ଥାଇ ଭୂପୃଷ୍ଠରେ ଥିବା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଉଡ଼ାଇ ଦେବା ପାଇଁ ଶତ ପ୍ରତିଶତ ଦକ୍ଷତା ରଖୁଥିବା ଓ ପ୍ରମାଣ ସିଦ୍ଧ ଥିବା ଅତ୍ୟନ୍ତ ଶକ୍ତିଶଳୀ ତଥା ସାଂଘାତିକ ସ୍ପାଇସ୍‌- ୨୦୦୦ ବୋମାକୁ ଅଧିକ ମାତ୍ରାରେ କ୍ରୟ କରିବା ପାଇଁ ଭାରତୀୟ ସେନା ନିଷ୍ପତ୍ତି ନେଇଛି। ଏବଂ ସେନାର ଏହି ନିଷ୍ପତ୍ତିକୁ ଅଗ୍ରାଧିକାର ଦେଇ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ନିଜର ସମ୍ମତ୍ତି ପ୍ରଦାନ କରିଛନ୍ତି ଭାରତ ସରକାର।

ଲଦାଖର ଗଲଓ୍ଵାନ ଘାଟିରେ ଏଲଏସିକୁ କେନ୍ଦ୍ରକରି ସଂପ୍ରତି ଉଭୟ ଭାରତ ଓ ଚୀନ୍‌ର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଏ ପରିପ୍ରେକ୍ଷୀରେ ଭାରତୀୟ ସେନାର ସ୍ପାଇସ୍‌- ୨୦୦୦ ବୋମା କ୍ରୟ ନିଷ୍ପତ୍ତିକୁ ସରକାର ଅଗ୍ରାଧିକାର ଦେଇ ମଂଜୁର କରିବା ଘଟଣାକୁ ସାମରିକ ବିଶେଷଜ୍ଞମାନେ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି।

India Today

କାରଣ, ଗତବର୍ଷ ଭାରତୀୟ ସେନା ପାକିସ୍ତାନ ଭିତରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ବାଲାକୋଟରେ ଥିବା ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ସ୍ପାଇସ୍‌- ୨୦୦୦ ବୋମା। ଭାରତୀୟ ସେନା ନିକଟରେ ଥିବା ସ୍ପାଇସ-୨୦୦୦ ବୋମା ୭୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରଖିଛି। ଏପରିକି ଶତ୍ରୁପକ୍ଷର ବଙ୍କର ଏହି ସ୍ପାଇସ୍‌-୨୦୦୦ ବୋମା ମାଡ଼ରୁ ନିଜକୁ ବଞ୍ଚାଇ ରଖି ପାରିବ ନାହିଁ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କାଳରେ ଏହାର ପ୍ରମାଣ ସମଗ୍ର ବିଶ୍ୱକୁ ମିଳି ସାରିଛି।

ସମ୍ବନ୍ଧିତ ଖବର