ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଦାବିକୁ ଭାରତର ଖଣ୍ଡନ, ଜାକିର ନାଏକକୁ ପ୍ରତ୍ୟାର୍ପଣ କଥା ମୋଦୀ ଉଠାଇଥିଲେ

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କାଳରେ ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ ପ୍ରସଙ୍ଗ ଉଠିଥିଲା । ଏହା ସହିତ ମୋଦୀ ଜାକିର ନାଏକର ପ୍ରତ୍ୟାର୍ପଣ ଲାଗି କହିନଥିବା ମହାଥୀର କରିଥିବା ଦାବିକୁ ସେ ଅସ୍ୱୀକାର କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ ଗତ ଜାନୁୟାରୀ ମାସରେ ଭାରତ ସରକାରୀଭାବେ ଜାକିରର ପ୍ରତ୍ୟାର୍ପଣ ପାଇଁ ଆବେଦନ କରିଥିଲା ।

ଗତ କାଲି ମହାଥୀର କହିଥିଲେ ଯେ ଅଧିକାଂଶ ଦେଶ  ଲୋକଟିକୁ ( ଜାକିର ନାଏକ)କୁ ନେବାକୁ ଚାହୁଁନାହାନ୍ତି । ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନେବାକୁ ଚାହୁଁନାହାନ୍ତି, କାରଣ ସେ ଭାରତରେ ମଧ୍ୟ ସମସ୍ୟା ସୃଷ୍ଟି କରିବ ।

ସୂଚନାଯୋଗ୍ୟ ଯେ, ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା ।

ସମ୍ବନ୍ଧିତ ଖବର