ଭାରତର ଯୁଦ୍ଧ ଜାହଜକୁ ସୁରକ୍ଷା ଦେବ ଏହି ମିସାଇଲ, ଓଡ଼ିଶା ଉପକୂଳରେ ହେଲା ସଫଳ ପରୀକ୍ଷା

ଭୁବନେଶ୍ୱର : ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାକୁ ଭାରତୀୟ ନୌସେନାର ଆଇଏନଏସ-ଚେନ୍ନାଇରୁ ଉଡ଼ିଶା ଉପକୂଳରେ ନିକ୍ଷେପ କରାଯାଇଥିଲା । ଏହି ମିସାଇଲଗୁଡ଼ିକ ଭାରତୀୟ ଯୁଦ୍ଧଜାହଜ ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବ ।


ଏହି ମିସାଇଲ କିଣିବା ପାଇଁ ଗତ ଅକ୍ଟୋବର ମାସରେ ଭାରତ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ(ଆଇଏଆଇ)କୁ ୭୭୭ ନିୟୁତ ଡଲାରର(୫୬୮୭ କୋଟି ଟଙ୍କା) ଅତିରିକ୍ତ କଣ୍ଟ୍ରାକ୍ଟ ପ୍ରଦାନ କରିଥିଲା । ଏହା ଅନୁଯାୟୀ ଇସ୍ରାଏଲ କମ୍ପାନୀ ଭାରତୀୟ ନୌସେନାର ସାତୋଟି ଜାହାଜକୁ ଏଲଆର-ଏସଏଏମ ଏୟାର ଓ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇ ଦେବ । ରାଷ୍ଟ୍ରାୟତ ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ମାଧ୍ୟମରେ ଏହି କଣ୍ଟ୍ରାକ୍ଟ ଦିଆଯାଇଛି । ସୂଚନାଯୋଗ୍ୟ ଏଲଆରଏସଏମ(ବାରାକ ୮ ଫ୍ୟାମିଲିର ଅଂଶ) ଏକ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ (ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ), ଯାହାର ବ୍ୟବହାର ଇସ୍ରାଏଲର ନୌସେନା ସହିତ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନା ବ୍ୟବହାର କରିଥାନ୍ତି । ଭାରତ ସହିତ ଏହି ରାଜିନାମା ପରେ ବାରାକ ୮ର ବିକ୍ରି ଗତ କିଛି ବର୍ଷରେ ୬ ୦୦ କୋଟି ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର