ସେପ୍ଟେମ୍ବର ୨୦ ନୁହେଁ, ଦଶହରା ଦିନ ଭାରତୀୟ ବାୟୁସେନା ହାତକୁ ଆସିବ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆସନ୍ତା ୨୦ ତାରିଖ ନୁହେଁ, ଅକ୍ଟୋବର ୮ରେ ଫ୍ରାନ୍ସଠାରୁ ପ୍ରଥମ ରାଫେଲ ବିମାନ ଗ୍ରହଣ କରିବ । ଭାରତ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଆନୁଷ୍ଠାନିକଭାବେ ଏହାକୁ ଗ୍ରହଣ କରିବେ । ଅକ୍ଟୋବର ୮କୁ ଦୁଇଟି କାରଣରୁ ଏହି ସମାରୋହ ପାଇଁ ବଛାଯାଇଛି । ପ୍ରଥମତଃ ଏହି ଦିନ ବିଜୟା ଦଶମୀ ପଡୁଥିବାରୁ ଏହା ଏକ ଅତି ଶୁଭ ଦିନ । ଆହୁରି ମଧ୍ୟ ସେହିଦିନ ବାୟୁସେନା ଦିବସ ପାଳନ କରାଯାଏ ।

ଇତି ମଧ୍ୟରେ ଯେଉଁ ରାଫେଲ ବିମାନଟି ବାୟୁସେନାର ସାମିଲ ହେବ ଏବେ ତାହାର ପରୀକ୍ଷାମୂଳକ ଉଡାଣ ଆରମ୍ଭ ହୋଇଛି । ଏହି ବିମାନକୁ ଭାରତୀୟ ବାୟୁସେନାର ଅଫିସିଆଲ ରଙ୍ଗ କରାଯାଇଛି । ଆସନ୍ତା ୨୦ ତାରିଖରେ ବାୟୁସେନାର ପ୍ରତିନିଧିମଣ୍ଡଳ ପ୍ୟାରିସ ଯାଇ ରାଫେଲ ସଂପର୍କିତ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବେ ।

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।

ସମ୍ବନ୍ଧିତ ଖବର