ମୋଦୀ କାର୍ଯ୍ୟକ୍ରମ ପରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ ତାରିଖ ଦିନ ହଷ୍ଟନ୍‌ ଠାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଦ୍ୱିପାକ୍ଷିକ ଶିଖର ବୈଠକ ନିମନ୍ତେ ନ୍ୟୁୟର୍କ ଯିବେ। ସମ୍ଭବତଃ ସେପ୍ଟେମ୍ବର ୨୪ ତାରିଖରେ ଏହି ଶିଖର ବୈଠକ ଆୟୋଜନ କରାଯିବ।

କ୍ଲାଇମେଟ୍‌ ଆକ୍‌ସନ୍‌ ସମ୍ମିଳନୀ ଏବଂ ୟୁଏନ୍‌ଜିଏ ନିମନ୍ତେ ସେପ୍ଟେମ୍ବର ୨୩ ରୁ ୨୫ ତାରିଖ ଯାଏଁ ରାଷ୍ଟ୍ରପତି ଟ୍ରମ୍ପ୍‌ ନ୍ୟୁୟର୍କରେ ରହିବେ। ନ୍ୟୁୟର୍କ ଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସହ ମଧ୍ୟ ବୈଠକ କରିବେ।

Image Source: Hindustan Times

ଭାରତୀୟ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଦ୍ୱିପାକ୍ଷିକ ବାଣିଜ୍ୟ, ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ଅନ୍ତର୍ଜାତୀୟ ସୁରକ୍ଷା ପରିବେଶ ଏବଂ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ବଢ଼ାଇବାର ଉପାୟ ସମ୍ବନ୍ଧରେ ଆଲୋଚନା କରିବେ।

ଦୁଇ ନେତା ଆଫଗାନିସ୍ତାନର ସ୍ଥିତି ସଂକ୍ରାନ୍ତରେ ବି ଆଲୋଚନା କରିବେ। ଦ୍ୱିପାକ୍ଷିକ ଶିଖର ପରେ ଏବଂ ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୟୁଏନ୍‌ଜିଏରେ ଭାଷଣ ଦେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ୍ଵାସିଂଟନ୍‌ ଯିବେ।

ସମ୍ବନ୍ଧିତ ଖବର