ରାହୁଲ ଗାନ୍ଧୀଙ୍କୁ ବୈଦେଶିକ ମନ୍ତ୍ରୀଙ୍କ ଜବାବ; ଜୁନ ୧୫ରେ ଅସ୍ତ୍ରଶସ୍ତ୍ର ସହ ଗଲ୍‌ୱାନ୍ ଉପତ୍ୟକାକୁ ଯାଇଥିଲେ ଭାରତୀୟ ସୈନିକ

ନୂଆଦିଲ୍ଲୀ: ଚୀନ୍ ସୀମାକୁ ବିନା ଅସ୍ତ୍ରଶସ୍ତ୍ରରେ ଭାରତୀୟ ଯବାନଙ୍କୁ ପଠାଇବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତୀୟ ସେନା ଯବାନମାନେ ଅସ୍ତ୍ରଶସ୍ତ୍ର ସହିତ ହିଁ ସୀମାରେ ଡ୍ୟୁଟି କରନ୍ତି ଏବଂ ଜୁନ୍ ୧୫ରେ ମଧ୍ୟ ଯବାନମାନେ ସାଥିରେ ଅସ୍ତ୍ର ନେଇଥିଲେ।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ସେ ଲେଖିଛନ୍ତି, ‘ଆସନ୍ତୁ ସତ୍ୟକୁ ସ୍ପଷ୍ଟ କରିବା। ସୀମାରେ ଡ୍ୟୁଟି କରୁଥିବା ସମୟରେ ସମସ୍ତ ଯବାନ ସର୍ବଦା ଅସ୍ତ୍ରଶସ୍ତ୍ର ନେଇଥାନ୍ତି, ବିଶେଷ କରି ଚେକପଏଣ୍ଟରୁ ବାହାରକୁ ଆସିବା ବେଳେ ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଥାଏ | ଜୁନ୍ ୧୫ରେ ଗଲ୍‌ୱାନ୍ ଉପତ୍ୟକାକୁ ଭାରତୀୟ ଯବାନମାନେ ସାଥିରେ ଅସ୍ତ୍ରଶସ୍ତ୍ର ନେଇଥିଲେ ମଧ୍ୟ ୧୯୯୬ ଏବଂ ୨୦୦୫ ଚୁକ୍ତିନାମା ହେତୁ ଭାରତ-ଚୀନ୍ ସୀମାରେ ସଂଘର୍ଷ ସମୟରେ ଅସ୍ତ୍ରର ବ୍ୟବହାର କରି ନଥିଲେ |

1_061820054140.jpg
aajtak.intoday.in

ସୂଚନା ମୁତାବକ, ଭାରତ-ଚୀନ୍ ସୀମାରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି। ଗୁରୁବାର ଦିନ ରାହୁଲ ଗାନ୍ଧୀ ଏକ ଟୁଇଟ୍ ଜରିଆରେ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ଚୀନ୍ ଆମ ସାହସୀ ଯବାନମାନଙ୍କୁ କିପରି ହତ୍ୟା କଲା? ଆମ ଯବାନମାନଙ୍କୁ ଅସ୍ତ୍ରଶସ୍ତ୍ର ବିନା ସହିଦ ହେବା ପାଇଁ କାହିଁକି ପଠାଇ ଦିଆଯାଇଥିଲା? ତେବେ ରାହୁଲ ଗାନ୍ଧୀଙ୍କ ଏଭଳି ଟୁଇଟ ପରେ ଏହା ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର |

ସମ୍ବନ୍ଧିତ ଖବର