୧୮/୧୯ ମାସ ମଧ୍ୟରେ ଭାରତ ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ପାଇବ: ରୁଷ୍‌

ୟୁଝ୍‌ନୋ-ସାଖାଲିନ୍‌ସ୍କ୍‌: ନିର୍ଦ୍ଧାରିତ ସମୟ ଅନୁସାରେ ଭାରତକୁ ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍‌ ଦିଆଯିବ ବୋଲି ରବିବାର ଦିନ ରୁଷ୍‌ର ଉପ-ପ୍ରଧାନମନ୍ତ୍ରୀ ୟୁରି ବୋରିସୋଭ୍‌ କହିଛନ୍ତି।

ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣ ସଂସ୍ଥାନ ରୋସିୟା-୧କୁ ବୋରିସୋଭ୍‌ କହିଛନ୍ତି: ଅଗ୍ରୀମ ପ୍ରାପ୍ୟ ମିଳି ସାରିଛି ଏବଂ ସବୁ ଜିନିଷ ନିର୍ଦ୍ଧାରିତ ସମୟ ଅନୁସାରେ, ପ୍ରାୟ ୧୮-୧୯ ମାସ ପରେ ଭାରତକୁ ପ୍ରଦାନ କରାଯିବ।

ଗତ ମାସରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ରୁଷୀୟ ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍‌ଙ୍କୁ ଭେଟି ଦ୍ୱିପାକ୍ଷିକ ସହଯୋଗ ଆହୁରି ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Image Source: Zee News

ଦୀର୍ଘକାଳୀନ ନିରାପତ୍ତା ଆବଶ୍ୟକତା ନିମନ୍ତେ ପାଞ୍ଚୋଟି ଏସ୍‌-୪୦୦ ସିଷ୍ଟମ୍‌ କିଣିବା ପାଇଁ ଗତ ଅକ୍ଟୋବର ୫ ତାରିଖ ଦିନ ନୂଆଦିଲ୍ଲୀ ଠାରେ ୧୯ତମ ଭାରତ-ରୁଷ୍‌ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକରେ ୫. ୪୩ ବିଲିୟନ୍‌ ଆମେରିକୀୟ ଡଲାର୍‌ର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଜୁଲାଇ, ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଥିଲେ କି, ଭାରତ ରୁଷ୍‌ରୁ ଖରିଦ କରିବାକୁ ଚାହୁଁଥିବା ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମ୍‌ରେ ଟିକିଏ ସମସ୍ୟା ରହିଛି। ଏ ସଂକ୍ରାନ୍ତରେ ଆମେ ଭାରତ ସହ କଥାବାର୍ତ୍ତା କରୁଛୁ।

ସମ୍ବନ୍ଧିତ ଖବର