ଭାରତୀୟ ମେଡିକାଲ ଆଶାୟୀଙ୍କ ପାଇଁ ଉହାନ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ: ନାମ‌ ଲେଖାଇଛନ୍ତି ୨୧,୦୦୦ ଛାତ୍ର

ମୁମ୍ବାଇ: ଚୀନ୍‌ର ଉହାନ୍‌ ସହର ହେଉଛି କରୋନା ଭାଇରସ୍‌ର କେନ୍ଦ୍ର ସ୍ଥଳ। ଉହାନ୍‌ରୁ କରୋନା ଭାଇରସ୍‌ ଆରମ୍ଭ ହୋଇଛି। ଉହାନ୍‌ରେ କରୋନ ଭାଇରସ୍‌ଜନିତ ମୃତ୍ୟୁ ବଢ଼ୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୦,୦୦୦ ଟିପିଛି। ତେବେ ଏହି କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଉହାନ୍‌ ଏବେ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ମେଡିକାଲ ଆଶାୟୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଉହାନ୍‌ରେ ଅଧିକାଂଶ ଭାରତୀୟ ମେଡିକାଲ ଛାତ୍ର ନାମ ଲେଖାଉଛନ୍ତି।

୨୦୧୯ର ତଥ୍ୟ ଅନୁଯାୟୀ ଉହାନ୍‌ ସ୍ଥିତ ମେଡିକାଲ ସ୍କୁଲ୍‌ଗୁଡ଼ିକରେ ୨୧,୦୦୦ ଭାରତୀୟ ଛାତ୍ର ନାମ ଲେଖାଇଛନ୍ତି। ପ୍ରାୟ ୪୫ଟି ଶିକ୍ଷାନୁଷ୍ଠାନରେ ଭାରତୀୟ ଛାତ୍ରମାନେ ଅଧ୍ୟୟନ କରୁଛନ୍ତି। ଚୀନ୍‌ ଉହାନ୍‌ରେ ତା’ର ମେଡିକାଲ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରଚାର କରାଇ ଭାରତୀୟ ଛାତ୍ରଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି। ଚୀନ୍‌ ପ୍ରଥମେ ଇଂରାଜିରେ ମେଡିକାଲ ଶିକ୍ଷା‌ ଆରମ୍ଭ କଲାପ‌ରେ ଭାରତୀୟମାନଙ୍କର ଏଥିପ୍ରତି ଆଗ୍ରହ ବଢ଼ିଲା। ଅନ୍ୟ ରାଷ୍ଟ୍ରର ଛାତ୍ରମାନେ ମଧ୍ୟ ଚୀନ୍‌ରେ ମେଡିକାଲ ସ୍କୁଲ୍‌ ଓ କଲେଜ୍‌ଗୁଡ଼ିକରେ ନାମ ଲେଖାଇବାକୁ ଆଗ୍ରହ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର