‘ସାଇବର୍‌ ନିରାପତ୍ତା’ ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ତାଲିମ ‌ନେବେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳ ଉପରେ ସାଇବର ଆକ୍ରମଣର ବିପଦ୍ ବୃଦ୍ଧି ପାଉଥିବା ହେତୁ ଭବିଷ୍ୟତ ଯୁଦ୍ଧ ଲାଗି ସଦ୍ୟତମ ‘ସାଇବର ସିକ୍ୟୁରିଟି ଟେକ୍ନୋଲୋଜି’ ଏବଂ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ତାଲିମ ନେବା ଲାଗି ‘ସାମରିକ ବ୍ୟାପାର ବିଭାଗ’ (ଡିଏମ୍‌ଏ) ୧୦୦ଜଣ ସେନା କର୍ମଚାରୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ପଠାଇବା ପାଇଁ ଯୋଜନା କରୁଛି।

‘ସାଉଥ୍ ବ୍ଲକ୍‌’ ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୧୬ ‘ସାଇବର୍‌‌ ଫ୍ରେମ୍‌ୱାର୍କ ଆଣ୍ଡ୍‌ ଡିଫେନ୍‌ସ୍‌’ ସହଯୋଗିତା ରାଜିନାମା ଅନୁଯାୟୀ ‘ସିଲିକନ୍‌ ଭ୍ୟାଲି’ରେ ୧୦୦ଜଣ ସେନା କର୍ମଚାରୀଙ୍କୁ ତାଲିମ ଦେବାକୁ ପ୍ରସ୍ତାବ ଦେଇଛି। ସାଇବର ଯୁଦ୍ଧର ମୁକାବିଲା କରିବା ଏବଂ ଭବିଷ୍ୟତର ପ୍ରତିରକ୍ଷା ଓ ଯୁଦ୍ଧ ସମୟରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ବିଷୟରେ ସେମାନଙ୍କୁ ତାଲିମ ଦିଆଯିବ।

Image Courtesy of Army Mil.

ସମନ୍ବିତ ମୁଖ୍ୟାଳୟ ଅଧିନରେ ଭାରତୀୟ ସେନାର ‘ଟ୍ରାଇ-ସର୍ଭିସ୍‌ ଡିଫେନ୍‌ସ୍‌ ସାଇବର୍‌ ଏଜେନ୍‌ସି’ ଥିବା ବେଳେ ମଧ୍ୟପ୍ରଦେଶ ଆରପାଖେ ଥିବା ଏକ ସ୍ଥାନରେ ଏକ ଉପଯୁକ୍ତ ସାଇବର୍‌ କମାଣ୍ଡ୍‌ ଗଠନ କରିବା ଲାଗି ସରକାର ଯୋଜନା କରୁଛନ୍ତି। ଫଳର ସାଇବର୍ ଲଢ଼େଇ ପାଇଁ ଉପଯୁକ୍ତ ‘ଥିଏଟର୍‌ କମାଣ୍ଡ୍‌’ ରହିପାରିବ। ଭାରତର ଶତ୍ରୁମାନଙ୍କ ସାଇବର୍‌ ଆକ୍ରମଣରୁ ନିରାପଦ ରଖିବା ଲାଗି ଏହି ସାଇବର୍‌ କମାଣ୍ଡ୍‌ ତିନି ବାହିନୀର ସେନାକୁ ସହଯୋଗ କରିବ।

‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ବଳରେ ସମ୍ପ୍ରତି ସଶସ୍ତ୍ର ଡ୍ରୋନ୍‌ ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ର ସିଷ୍ଟମ୍‌ ଏବେ ଯୁଦ୍ଧର ଅଂଶବିଶେଷ ପାଲଟି ଗଲାଣି।

ସମ୍ବନ୍ଧିତ ଖବର