ଭାରତୀୟ ସେନାରେ ଯୋଗ ଦେବା ପାଇଁ ଯୁବପୀଢିଙ୍କ ଆଗ୍ରହ କମୁଛି, ହଜାର ହଜାର ଅଫିସର ପଦବୀ ଖାଲି

ନୂଆଦିଲ୍ଲୀ : ଭାରତୀୟ ସେନାରେ ଯୋଗ ଦେବା ପାଇଁ ଦେଶର ଉଚ୍ଚ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଆଗ୍ରହ କମୁଥିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଭାରତର ତିନି ବାହିନୀ (ସେନା, ବାୟୁସେନା ଓ ନୌସେନା)ରେ ମୋଟ ଅଫିସର ପଦବୀ ସଂଖ୍ୟା ପ୍ରାୟ ୭୪ ହଜାର ଥିବାବେଳେ, ଏବେ ସେଥିରୁ ପ୍ରାୟ ୯ ହଜାର ପଦବୀ ଖାଲି ରହିଛି । ଅର୍ଥାତ ୭୪ ହଜାର ଅଫିସର ଆବଶ୍ୟକ ଥିବାବେଳେ ସେନା ୬୫ ହଜାର ଅଫିସରରେ କାମ ଚଳାଉଛି । ଏହା ମଧ୍ୟରୁ ସେନାରେ ୭୨୯୪ଟି ଅଫିସର ପଦବୀ ଖାଲି ଥିବାବେଳେ ନୌସେନାରେ ୧୪୫୭ଟି ଅଫିସର ପଦବୀ ଖାଲି ରହିଛି । ତେବେ ବାୟୁସେନାରେ ଏହି ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ବାୟୁସେନାର ମୋଟ ୧୨୫୮୪ଟି ଅଫିସର ପଦବୀ ଥିବାବେଳେ ସେଥିରୁ ମାତ୍ର ୧୯୨ଟି ପଦବୀ ଖାଲି ରହିଛି ।

ଭାରତୀୟ ସେନାରେ ଅଫିସର ପଦବୀ ଖାଲି ରହିବା ଘଟଣା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏହାର କାରଣ ହେଉଛି ସେନାର କଠିନ ପରିସ୍ଥିତି, ବିପଦପୂର୍ଣ୍ଣ କାର୍ଯ୍ୟ, କର୍ପୋରେଟ କ୍ଷେତ୍ରଠାରୁ କମ ଦରମା ଯୋଗୁଁ ଯୁବପୀଢି ସେନାରେ ଯୋଗ ଦେବାକୁ ବିଶେଷ ଆଗ୍ରହ ହେଖାଉନାହାନ୍ତି । ଏଣୁ ଯୁବପୀଢିଙ୍କୁ ଆକୃଷ୍ଟ କରିବାକୁ ସରକାର ସେନା ଚାକିରିକୁ ଅଧିକ ଆକର୍ଷଣୀୟ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର